କଦଳୀଠୁ ଲାଭଦାୟକ ହେଉଛି କଦଳୀ ଚୋପା : କମିଥାଏ ଓଜନ
19/12/2019 at 11:07 AM

କଦଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଗୋଟିଏ କଦଳୀରେ ୩ଗ୍ରାମରୁ ଅଧିକ ଫାଇବର ରହିଥାଏ। କଦଳୀ ଖାଇବା ଦ୍ବାରା ଶରୀରକୁ ଯେତେ ପୋଟାସିୟମ୍ ଆବଶ୍ୟକ ହୋଇଥାଏ ତାହା ଏଥିରୁ ମିଳିଥାଏ। ଗୋଟିଏ କଦଳୀରେ ୧୨ପ୍ରତିଶତ ପୋଟାସିୟମ୍ ରହିଥାଏ। ଏହା ବ୍ୟତୀତ କଦଳୀରେ କ୍ୟାଲସିୟମ୍ ଏବଂ ଭିଟାମିନ୍ ବି୬ ରହିଥାଏ। କଦଳୀ ଷ୍ଟାର୍ଚର ସବୁଠୁ ଭଲ ସୋର୍ସ ରହିଥାଏ। କଦଳୀ ଖାଇବା ଦ୍ବାରା ଦୀର୍ଘ ସମୟ ଯାଏଁ ଭୋକ ଲାଗିନଥାଏ ଏବଂ ଆପଣଙ୍କ ଓଜନ ହ୍ରାସ ପାଇନଥାଏ। ଅଧିକାଂଶ ସମୟରେ ଆପଣ ଶୁଣିଥିବେ ଯେ କଦଳୀ ସହ ଏହାର ଚୋପା ମଧ୍ୟ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

କଦଳୀ ଚୋପାରେ ଅଧିକ ଫାଇବର ରହିଥାଏ। କଦଳୀ ଚୋପାରେ ୧୦ପ୍ରତିଶତ ଫାଇବର ରହିଥାଏ। କଦଳୀ ଚୋପା ଖାଇବା ଦ୍ବାରା ଆପଣଙ୍କୁ ୨୦ପ୍ରତିଶତ ଅଧିକ ଭିଟାମିନ୍ ବି୬ ଏବଂ ଭିଟାମିନ୍ ସି ମିଳିଥାଏ।

ଯଦି ଆପଣ କଦଳୀ ଚୋପା ଖାଉଛନ୍ତି ତେବେ ଆପଣଙ୍କୁ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ମିଳିଥାଏ। କଦଳୀ ଚୋପାକୁ ରୋଷେଇ କରି ଖାଇବା ଦ୍ବାରା ଏହା ମୁଲାୟମ ହୋଇଥାଏ।

ସବୁଜ କଦଳୀ ଚୋପାରେ ସବୁଠୁ ଅଧିକ ପୋଷକ ତତ୍ତ୍ବ ରହିଥାଏ। ସବୁଜ କଦଳୀ ଚୋପାରେ ଆମିନୋ ଏସିଡ ଏବଂ ଷ୍ଟାର୍ଚ ଅଧିକ ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

ହଳଦିଆ କଦଳୀ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି କ୍ୟାନସରର ପ୍ରଭାବ ରହିଥାଏ। କଦୂୀ ଚୋପାକୁ ସିଝାଇ ଖାଇବା ପୂର୍ବରୁ ଆପଣଙ୍କୁ ଅନେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ।

ଏହା ତ ସମସ୍ତେ ଜାଣନ୍ତି ଯେ କଦଳୀ ଏକ ଏପରି ଫଳ ଯେଉଁଥିରେ କ୍ୟାଲସିୟମ୍,ପୋଟାସିୟମ୍,ମ୍ୟାଗ୍ନେସିୟମ୍ ,ଫାଇବର ଏବଂ ଭିଟାମିନ୍ ମିଳିଥାଏ। କଦଳୀ ଆପଣଙ୍କ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ।
