ଜାତିସଂଘର ଚେତାବନୀ- 'ଜୀବଜନ୍ତୁଙ୍କୁ ଖାଇଲେ କରୋନା ଭଳି ଭୟାବହ ସଂକ୍ରମଣ ବାରମ୍ବାର ବ୍ୟାପିବ'

Published By : Prameya-News7 Bureau | July 07, 2020 IST

ଲଣ୍ଡନ ୦୭/୦୭ : ଜାତିସଂଘ ପର୍ଯ୍ୟାବରଣ ସହିତ ଜଡିତ ଏକ ସଂସ୍ଥା ଚେତାବନୀ ଦେଇଛି ଯଦି ଲୋକେ ଜଙ୍ଗଲୀ ଜୀବଜନ୍ତୁଙ୍କୁ ମାରି ଖାଇବା ଜାରି ରଖିବେ ତାହେଲେ କରୋନା ସଂକ୍ରମଣ ଭଳି ବିପଦ ଦୁନିଆରେ ସବୁବେଳେ ରହିବ | ଜାତିସଂଘ କହିଛି ଯେ ସବୁ ଦେଶକୁ ଏହି ଦିଗ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ହେବ | ବନ୍ୟଜନ୍ତୁଙ୍କ ମାଂସ ପାଇଁ ଶିକାର ଓ ଅନ୍ୟାନ୍ୟ ଉତ୍ପୀଡ଼ନ ରୋକିବାକୁ ହେବ | ନଚେତ କୋଭିଡ-୧୯ ଭଳି ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗର ସାମ୍ନା କରିବାକୁ ପଡିବ | 

{"id":297164,"width":581,"height":394,"sizeSlug":"large"}

ୟୁନାଇଟେଡ଼ ନେସନ ଇନଭରମେଣ୍ଟ ପ୍ରୋଗ୍ରାମ ଆଣ୍ଡ ଇନ୍ଟରନ୍ୟାଶନାଲ ଲାଇଭଷ୍ଟକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଏକ ରିପୋର୍ଟ ଅନୁସାରେ ପର୍ଯ୍ୟାବରଣକୁ ଲଗାତାର କ୍ଷତି କରୁଥିବା, ପ୍ରାକୃତିକ ପରିବେଶକୁ ଦହନ, ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲୀ ଜୀବଜନ୍ତୁଙ୍କ ମାଂସ ଖାଇବା ଦ୍ୱାରା ହିଁ ଭୟାବହ କରୋନା ମହାମାରୀ ଜନ୍ମ ନେଇଛି | ଏହିସବୁ ରୋଗ, ସଂକ୍ରମଣ ପାଇଁ ମନୁଷ୍ୟ ହିଁ ଦାୟୀ କାରଣ ମନୁଷ୍ୟ ହିଁ ନିୟମ ଭାଙ୍ଗି ନିଜ ମନ ଇଛା ପରିବେଶ ଓ ଜୀବଜନ୍ତୁଙ୍କ ଶୋଷଣ କରିଛି ବୋଲି ସଂସ୍ଥା କହିଛି |

{"id":297165,"sizeSlug":"large"}

ଜାତିସଂଘର ବିଶେଷଜ୍ଞ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଜୀବଜନ୍ତୁ ଓ ପକ୍ଷୀଙ୍କ ଠାରୁ ମଣିଷ ଶରୀରକୁ ବ୍ୟାପୁଥିବା ରୋଗ, ସଂକ୍ରମଣ ଲଗାତାର ବୃଦ୍ଧି ପାଇଛି | ବିଜ୍ଞାନରେ ଏହିସବୁ ରୋଗକୁ ଜୁନାଟିକ ଡିଜିଜ ବୋଲି କୁହାଯାଏ | ପର୍ଯ୍ୟାବରଣ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଯଦି ମଣିଷ ପରିବେଶ ଓ ବନ୍ୟଜନ୍ତୁଙ୍କୁ ରକ୍ଷା କରିବା ନାହିଁ ତାହେଲେ ମଣିଷକୁ ବିପଦ ମାଡି ଆସିବ ଏବଂ ଏହିଭଳି ଅନେକ ରୋଗର ସାମ୍ନା କରିବାକୁ ପଡିବ | ସଂଯୁକ୍ତ ରାଷ୍ଟ୍ର ରିପୋର୍ଟ ଅନୁଯାୟୀ, ପ୍ରୋଟିନର ଚାହିଦା ପାଇଁ ଜୀବଜନ୍ତୁଙ୍କୁ ହତ୍ୟା କରାଯାଉଛି ଏବଂ ତାଙ୍କ ମାଂସ ଖିଆଯାଉଛି | ଜୀବଜନ୍ତୁଙ୍କ ଦ୍ୱାରା ବ୍ୟାପୁଥିବା ରୋଗ ଯୋଗୁଁ ଦୁନିଆରେ ପ୍ରତିବର୍ଷ ପାଖାପାଖି ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ |

{"id":297166,"sizeSlug":"large"}

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନା ସଙ୍କଟ ଯୋଗୁଁ ଏଡ୍ସର ଔଷଧ ଅଭାବ ଦେଖାଦେଇଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ସର୍ଭେ ଅନୁସାରେ ୭୩ ଦେଶ ଚେତାବନୀ ଦେଇଛି ଯେ କୋଭିଡ-୧୯ ମହାମାରୀ ଯୋଗୁଁ ସେଠାରେ ଏଡ୍ସର ଜୀବନରକ୍ଷକ ଔଷଧର ଷ୍ଟକ ଶେଷ ହେବାକୁ ଲାଗିଛି | ଅନ୍ୟ ୨୪ ଦେଶ କହିଛନ୍ତି ଯେ ତାଙ୍କ ପାଖରେ ଏଡ୍ସ ଔଷଧ ଆବଶ୍ୟକ ଠାରୁ କମ ଅଛି ଏବଂ ଔଷଧ ସପ୍ଲାଏ ମଧ୍ୟ ବାଧାପ୍ରାପ୍ତ ହୋଇଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଡ.ଟେଡ୍ରସ ଏହି ପରିସ୍ଥିତିକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି | ସେ କହିଛନ୍ତି ଯେ ଦୁନିଆର ଦେଶ ଏବଂ ସେମାନଙ୍କ ସହଯୋଗୀଙ୍କୁ ସୁନିଶ୍ଚିତ କରିବାକୁ ପଡିବ ଯେ ଏଚଆଇଭି ଗ୍ରାସିତ ରୋଗୀଙ୍କୁ ଜୀବନରକ୍ଷକ ଔଷଧ ମିଳିବ | କୋଭିଡ-୧୯ ଯୋଗୁଁ ଏଡ୍ସ ରୋଗୀ ଯୁଦ୍ଧ ହରି ପାରିବେ ନାହିଁ ଯାହା ଉପରେ ଡାକ୍ତର ବୈଜ୍ଞାନିକ ବହୁତ କଷ୍ଟରେ ବିଜୟ ହାସଲ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.