ଖାଇଲେ ଏହି ଫଳ ୫୦ ବର୍ଷ ବୟସର ଲୋକ ବି ଦେଖାଯିବ ଯୁବକ ଭଳି, କ୍ୟାନସର ଭଳି ମାରାତ୍ମକ ରୋଗରୁ କରିବ ରକ୍ଷା

Published By : Prameya-News7 Bureau | January 15, 2019 IST

କମଳା ସାଧାରଣ ଫଳ ନୁହେଁ । ଏହା ଭିତରେ ଭରି ରହିଛି ଅନେକ ପୋଷକ ତତ୍ତ୍ଵ ଯାହା ମଣିଷ ଶରୀର ପାଇଁ ଅନେକ ଉପକାରୀ । କମଳା ବାବଦରେ ଅଧିକ କିଛି ଜାଣିବା ତ କମଳାକୁ ପ୍ରତ୍ୟେକଦିନ ଖାଇବା ପାଇଁ ମନହେବ । ଆସନ୍ତୁ ଜାଣିବା କମଳା ବାବଦରେ ଯାହା   ଖାଇଲେ ମିଳିଥାଏ ଅନେକ ଉପକାର ।

{"id":74405,"width":592,"height":443}

କମଳାରେ ଭିଟାମିନ ସି ଅଧିକ ପରିମାଣରେ ମହଜୁଦ ଥାଏ । ସେଥିପାଇଁ ଏହା କଲୋନ କ୍ୟାନସରରୁ ରକ୍ଷା କରିବା ସହ ଅତି ତେଜସ୍କ୍ରିୟ ରଶ୍ମି ପ୍ରଭାବରେ ନଷ୍ଟ ହୋଇଯାଉଥିବା କୋଷକୁ ନଷ୍ଟ ହେବାକୁ ଦିଏନାହିଁ ।

ଏହିଫଳ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଥଣ୍ଡାରୁ ରକ୍ଷା କରିଥାଏ । ଏହା କାନ ସଂକ୍ରମଣରୁ ମଧ୍ୟ ରକ୍ଷାକରିଥାଏ ।

କମଳା ଖାଇବା ଦ୍ଵାରା ୫୦ ବର୍ଷ ଯାଏଁ  ବି ଯୁବକ ଦେଖାଯିବେ । କମଳାରେ ଥିବା  ଆଣ୍ଟି ଅକ୍ସିଡ଼ାଣ୍ଟ ତ୍ଵଚାକୁ କୋଷ ନଷ୍ଟ ହେବାରୁ ସାହାର୍ଯ୍ୟ କରିଥାଏ । ଫଳରେ ସବୁଦିନ ପାଇଁ ଯୁବ ସୁଲଭତା ଦେଖାଦେଇଥାଏ ।

କମଳାରେ ବି୬ ଭିଟାମିନ ଥବା କାରଣରୁ  ରକ୍ତରେ ହିମୋଗ୍ଲୋବିନ ବଢ଼ାଇଥାଏ  । କମଳା ଖାଇବା ଦ୍ଵାରା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

କୋଲେଷ୍ଟୋରେଲ ପରିମାଣ କମ୍ ଥିବା କାରଣରୁ ଏହା ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ । ଏହାକୁ ମଧୁମେୟ ରୋଗୀ ବିନା ଦ୍ଵିଧାରେ ବ୍ୟବହାର କରିପାରିବେ ।

{"id":74406,"width":601,"height":535}

କମଳା ଖାଇବାଦ୍ଵାରା କ୍ୟାନସରରୁ ମୁକ୍ତି ଦେଇଥାଏ  । ଏହାଭିତରେ ଆଣ୍ଟିଅକ୍ସିଡ଼ାଣ୍ଟ  ଓ ବିଟାମିନ ସି ଥିବା କାରଣରୁ କ୍ୟାନସରର ପ୍ରତିରୋଧ କରିଥାଏ ।

କମଳା ପାଚନ ଶକ୍ତି ବଢ଼ାଇଥାଏ । ଏହାକୁ ଖାଇବା ଦ୍ଵାରା ମଧ୍ୟ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

{"id":74407,"width":580,"height":386}

ଆଖିରୋଗ ଥିବା ବ୍ୟକ୍ତି କମଳା ଖାଇବା ଦ୍ଵାରା ଅନେକ ଉପକାର ପାଇପାରିବେ । ଅନ୍ଧରକଣା କିମ୍ବା ଆଖିକୁ କମ୍ ଦେଖାଯାଉଥିବା ରୋଗୀ ଖାଇଲେ କିଛିଦିନ ପରେ ଦୃଷ୍ଟିଶକ୍ତି ବଵାଇବାରେ ସାହାର୍ଯ୍ୟ କରିଥାଏ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.