ଶୀତଦିନେ ଓଜନ କମାଇବାକୁ ଚାହୁଁଛନ୍ତି କି? : ତେବେ ଖାଆନ୍ତୁ କନ୍ଦମୂଳ

Published By : Prameya-News7 Bureau | November 28, 2018 IST

ଭୁବନେଶ୍ବର ୨୭/୧୧: ଶୀତଦିନେ ଅଧିକାଂଶ ସମୟ ଆମକୁ ଭୋକ ଲାଗିଥାଏ କିନ୍ତୁ ଅତ୍ୟଧିକ ଥଣ୍ଡା କାରଣରୁ ଶାରିରୀକ କାର୍ଯ୍ୟକଳାପ ମଧ୍ୟ କମିଯାଇଥାଏ। ଏଥିପାଇଁ ଓଜନ ବଢ଼ିବା ମଧ୍ୟ ସ୍ବାଭାବିକ। ଶୀତଦିନେ ଓଜନ କମାଇବା ପାଇଁ ସବୁଠୁ ଉତ୍ତମ ଔଷଧ ହେଉଛି କନ୍ଦମୂଳ। ଶୀତଦିନେ ଯଦି ଆପଣ ବିନା କମ୍ପ୍ରମାଇଜ କରି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଖାଦ୍ୟରେ କନ୍ଦମୂଳକୁ ସାମିଲ କରିପାରନ୍ତି। କନ୍ଦମୂଳ କାର୍ବୋହାଇଡ୍ରେଟ୍,ଫାଇବର୍ ଏବଂ ଚର୍ବି ରହିତ କ୍ୟାଲୋରୀର ଶକ୍ତିକେନ୍ଦ୍ର ଅଟେ। ଏହା ଆଳୁର ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟପ୍ରଦ ବିକଳ୍ପ ଅଟେ। ଏପରି ଏକ ଜିନିଷ ଯାହାକୁ ଓଜନ ନିୟନ୍ତ୍ରଣ କରିବା ପ୍ରକ୍ରିୟାରେ ସମସ୍ତେ ହେଳା କରିଥାନ୍ତି ତାହା ହେଉଛି ମିଠା ଜିନିଷ ଏବଂ ଆଳୁ। ଆଳୁରେ କାର୍ବୋହାଇଡ୍ରେଟ୍ ଏବଂ ଷ୍ଟାର୍ଚ ଅଧିକ ପରିମାଣରେ ଥିବାରୁ ଏହା ଶରୀର ନିମନ୍ତେ ଲାଭଦାୟକ ନୁହେଁ। ସେଥିପାଇଁ ଆମେ ଆଳୁ ଏବଂ ଅନ୍ୟ ମିଠା ଜିନିଷକୁ ଛାଡ଼ି ଯଦି କନ୍ଦମୂଳକୁ ନିଜ ଖାଦ୍ୟରେ ସାମିଲ କରିବା ତାହେଲେ ଏହା ଆମ ପାଇଁ ଆହୁରି ଲାଭଦାୟକ ରହିବ। ଯଦି ପୁଷ୍ଟିସାରର ନ୍ୟୁଟ୍ରିସ୍ନାଲ୍ ଭାଲ୍ୟୁକୁ ଦେଖିବା ତାହେଲେ କନ୍ଦମୂଳରେ ୧୧୨କ୍ୟାଲୋରୀ ରହିଥାଏ ଯାହା ଆମ ଶରୀର ନିମନ୍ତେ ହିତକର ହୋଇଥାଏ। ଏହା ଖାଇଲେ ପେଟ ମଧ୍ୟ ଭର୍ତ୍ତି ହୋଇଯାଇଥାଏ ଏବଂ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ଏହା ଶରୀରକୁ ଆବଶ୍ୟକୀୟ ସୁଗାର ଯୋଗାଇଥାଏ। ଏଥିରେ ଲୋ ଗ୍ଲାଇମାକ୍ସ ଇଣ୍ଡେକ୍ସ ରହିଥାଏ ଯାହା ଶରୀରରେ ବ୍ଲଡ୍ ସୁଗାରର ସ୍ତରକୁ ନିୟନ୍ତ୍ରଣ କରିଥାଏ ଏବଂ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଜଳୀୟ ଅଂଶ ଅଧିକ ଥିବାରୁ ଏହା ଶରୀରକୁ ହାଇଡ୍ରେଟେଡ୍ ରଖିଥାଏ ଏବଂ ଏହା ରକ୍ତ କୋଷଗୁଡ଼ିକୁ ଶକ୍ତ ପହଞ୍ଚାଇଥାଏ । ଏହା ହଜମ କ୍ରିୟାକୁ ବୃଦ୍ଧି କରିଥାଏ। ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ଅଧିକାଂଶ ଲୋକ ପରିବା ବଦଳରେ କନ୍ଦମୂଳ ଖାଆନ୍ତି କାରଣ ଏହା ସହଜରେ ପ୍ରସ୍ତୁତ ହୋଇଯାଏ ଏବଂ ଏହାକୁ ପ୍ରସ୍ତୁତ କରିବାକୁ ଖୁବ୍ କମ୍ ସମୟ ଲାଗିଥାଏ। ଆପଣ ଏହାକୁ ସିଝାଇ,ଷ୍ଟିମ୍ କରି ଏବଂ ବେକ୍ କରି ଖାଇ ପାରିବେ। ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଆପଣ କନ୍ଦମୂଳକୁ ଚାଟ୍ ବନାଇ ମଧ୍ୟ ଖାଇପାରିବେ। ଶୀତଦିନେ ଏହାର ସୁପ୍ ପ୍ରସ୍ତୁତ କରି ଆପଣ ପିଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.