କଞ୍ଚା ପାଳଙ୍ଗ ପତ୍ର ଖାଇଲେ ଦୂର ହୋଇଥାଏ ଏହି ୩ଟି ରୋଗ : ଜାଣନ୍ତୁ କଣ…

Published By : Prameya-News7 Bureau | April 06, 2019 IST

ପାଳଙ୍ଗ ଏକ ଏପରି ସାଗ ଯାହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ। ସବୁଜ ପତ୍ରଯୁକ୍ତ ପରିବା ଯେପରିକି ମେଥି,ପାଳଙ୍ଗ,ସୋରିଷ,ଅପରାଜିତା ଏବଂ ଶାଲଗମକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ବ୍ୟକ୍ତିର ମସ୍ତିଷ୍କ ସକ୍ରିୟ ରହିଥାଏ।

ପାଚନ କ୍ରିୟାକୁ ଠିକ୍ ରଖିବା ପାଇଁ ପାଳଙ୍ଗ ପତ୍ରର ଜୁସ୍ ପିଇବାକୁ ପରାମର୍ଶ ଦିଆଯାଏ। ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ରହିଛି ତେବେ ପାଲଙ୍ଗ ଜୁସ୍ ଆପଣଙ୍କ ପାଇଁ ଲାଭଦାୟକ ରହିବ।

ପାଳଙ୍ଗରେ ଆଇରନର ମାତ୍ରା ଅଧିକ ରହିଥାଏ ଏବଂ ଏଥିରେ ଥିବା ଆଇରନ ଶରୀରରେ ସହଜରେ ଶୋଷଣ ହୋଇଯାଇଥାଏ। ଏଥିପାଇଁ ପାଳଙ୍ଗ ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନ୍ ବଢ଼ିଥାଏ। ରକ୍ତ ଅଭାବ ଥିବା ବ୍ୟକ୍ତିଙ୍କୁ ପାଳଙ୍ଗ ଖାଇବା ନିତାନ୍ତ ଆବଶ୍ୟକ।

ପାଲଙ୍ଗରେ ଥିବା ବିଶେଷ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଏବଂ ପ୍ରୋଟିନ୍ ମାଂସପେଶୀକୁ ମଜବୁତ କରିଥାଏ ଏବଂ ବିଶେଷ କରି ହୃଦୟର ମାଂସପେଶୀ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଘାଆ ମଧ୍ୟ ଶୀଘ୍ର ଶୁଖି ଯାଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.