ପେଟରୋଗ ହିଁ ସବୁ ଅସୁବିଧାର ମୂଳ କାରଣ, ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି : ତେବେ କରନ୍ତୁ ଏହି ସବୁ ଜିନିଷ

Published By : Prameya-News7 Bureau | December 06, 2018 IST

ଗ୍ୟାସ୍ ହେବା, କୋଷ୍ଠକାଠିନ୍ୟ, ପେଟ ବ୍ୟଥା, ଅମ୍ଳପିତ୍ତ,ମୁ ହଁରେ ଛାଲ ପଡ଼ିବାଆଦି ପେଟ ସହ ଜଡ଼ିତ ସମସ୍ୟା ଖାଇବା ପିଇବାରେ ଅନିୟମିତତା ଏବଂ ଆମ ଖରାପ ଅଭ୍ୟାସ ଯୋଗୁଁ ହୋଇଥାଏ। ସବୁଠୁ ବଡ଼ କଥା ହେଲା ଶରୀରର ବାକି ସମସ୍ୟାଗୁଡ଼ିକ ମଧ୍ୟ ପେଟ ପାଇଁ ହୋଇଥାଏ। ତେଣୁ ଯଦି ଆପଣଙ୍କ ପେଟ ସୁସ୍ଥ ରହିବ ତେବେ ଆପଣ ମଧ୍ୟ ସୁସ୍ଥ ରହିବେ। ଯଦି ଆପଣଙ୍କ ଖାଦ୍ୟ ହଜମ ହେଉନାହିଁ ଏବଂ ବାରମ୍ବାର ଗ୍ୟାସ୍ ହେଉଛି ତେବେ ସାବଧାନ ହୋଇଯାନ୍ତୁ। ଆପଣଙ୍କ ଡାୟେଟରେ ଏହି ୫ଟି ନିୟମ ସାମିଲ କଲେ ଆପଣଙ୍କୁ ଲାଭ ମିଳିବ। ୧.ସକାଳେ ପ୍ରଚୁର ପାଣି ପିଅନ୍ତୁ: ପ୍ରତିଦିନ ସକାଳେ ଉଠି ପ୍ରତିଦିନ ଏକ ଗ୍ଲାସ୍ ନଖ ଉଷୁମ ପାଣି ପିଅନ୍ତୁ। ଏହା ଦ୍ବାରା ପେଟ ପରିଷ୍କାର ରହିଥାଏ ଏବଂ ଗ୍ୟାସ୍ ହୋଇନଥାଏ। ଏହା ବ୍ୟତୀତ ଜଳଖିଆ ଏବଂ ଖାଦ୍ୟ ମଧ୍ୟରେ ଅଧିକ ବ୍ୟବଧାନ ନ ରଖିବା ଉଚିତ୍। ଯଦି ଆପଣ ଗ୍ୟାସ ସମସ୍ୟା ଭୋଗୁଛନ୍ତି ତେବେ ଢିଲା ପୋଷାକ ପିନ୍ଧନ୍ତୁ। ୨. ପନିପରିବା ଖାଆନ୍ତୁ: ପେଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ଯଦି ନିଜ ଖାଦ୍ୟରେ ଲାଉ, ବାଦାମ, କଖାରୁ, କୋବି ଏବଂ ଗାଜର ଭଳି ଖାଦ୍ୟକୁ ସାମିଲ କରନ୍ତୁ। ତରଭୁଜ ରସ ମଧ୍ୟ ଅମ୍ଳପିତ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ହଜମ କ୍ରିୟାକୁ ନିୟନ୍ତ୍ରଣ କରିଥାଏ। ୩.ଚୋବାଇ ଚୋବାଇ ଖାଆନ୍ତୁ: ହଜମର ଅର୍ଥ ହେଉଛି ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍ କିମ୍ବା ଷ୍ଟାର୍ଚ ସୁଗାରର ପାଚନ ଯାହାର ଆରମ୍ଭ ପାଟିରୁ ହୋଇଥାଏ। ପାଟିରେ ଥିବା ସାଲାଇଭା ଏବଂ ଏନଜାଇମ୍ ଖାଦ୍ୟକୁ ଛୋଟ ଛୋଟ ଟୁକରାରେ ପରିଣତ କରିଥାଏ ତେଣୁ ଖାଦ୍ୟକୁ ଚୋବାଇ ଚୋବାଇ ଖାଇବା ଉଚିତ୍। ଏହା ଦ୍ବାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ। ୪. ରସୁଣ ଖାଆନ୍ତୁ: ଫାଇବର ଯୁକ୍ତ ଖାଦ୍ୟକୁ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ। ଖାଦ୍ୟରେ ୨କୋଲା ରସୁଣ ଖାଆନ୍ତୁ ଏବଂ ଫଳ ମଧ୍ୟରେ କଦଳୀ, ଅମୃତଭଣ୍ଡା ଏବଂ ପିଜୁଳି ଖାଆନ୍ତୁ। ଧୂମପାନ କରନ୍ତୁ ନାହିଁ ଏହା ଦ୍ବାରା ହଜମ କ୍ରିୟା ବାଧାପ୍ରାପ୍ତ ହୋଇଥାଏ। ୫. ମୈାସୁମ୍ବୀ ଫଳ ଖାଆନ୍ତୁ: ପ୍ରତିଦିନ ନିଜ ଖାଦ୍ୟରେ ମୈାସୁମ୍ବୀ ଫଳ ଖାଆନ୍ତୁ। ଚର୍ବିଜାତୀୟ ଖାଦ୍ୟ ବା ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.