ଏକମାସ ପର୍ଯ୍ୟନ୍ତ ଖାଆନ୍ତୁ ଡ଼ାଳିମ୍ବ, ଶରୀରରେ ଆସିବ ସାତୋଟି ପରିବର୍ତ୍ତନ

Published By : Prameya-News7 Bureau | December 31, 2018 IST

ଡ଼ାଳିମ୍ବ ଶରୀର ପାଇଁ ଅନେକ ଉପକାରୀ । ଯଦି ଡ଼ାଳିମ୍ବ ଖାଉନାହାଁନ୍ତି, ତାହେଲା ଆଜି ଜାଣନ୍ତୁ ଏହାର ଉପକାର, କାଲିଠାରୁ ଖାଇବା ଆରମ୍ଭ କରିଦିଅନ୍ତୁ ।

ଡ଼ାଳିମ୍ବରେ ଫାଇବର ସାଥିରେ ଭିଟାମିନ ପ୍ରଚୁର ଭରପୁର ଥାଏ । ଏହା ସହିତ ଅନେକ ଖଣିଜ ପୋଷକ ତତ୍ତ୍ଵ ମଧ୍ୟ ଭରିରହିଥାଏ । ଲୌହ, ମାଗ୍ନେସିୟମ, ଫସଫରସ, ମାଙ୍ଗାନିଜ, ଜିଙ୍କ, ଓମେଗା-୩ ଆଦି ପୋଷକତତ୍ତ୍ଵ ଏଥିରେ ଥାଏ ।

{"id":69270,"width":586,"height":440}

ଏହା ଖାଇବା ଦ୍ଵାରା ଶରୀରକୁ ମିଳିଥାଏ ଏହିସବୁ ସାତୋଟି ଫାଇଦା ।

୧-ଡ଼ାଳିମ୍ବଭିତରେ ଆଣ୍ଟିପ୍ଲଗ ନାମକ ଏକ ପୋଷକ ଥାଏ ଯାହା ଶରୀରକୁ ସୁସ୍ଥ ରଖିବା ସହ ଯୁବସୁଲଭତା ଅନେକଦିନ ଯାଏ ଆଣିଥାଏ ।

୨-ଏହା ଭିତରେ ଆଣ୍ଟଅକ୍ସିଡ଼ାଣ୍ଟ ଥିବାରୁ ମାରାତ୍ମକ ରୋଗରୁ ରକ୍ଷାକରିଥାଏ । ତା ସହିତ ମଧ୍ୟ ତ୍ଵଚାକୁ ମସୃଣ ରଖିଥାଏ ।

{"id":69271,"width":589,"height":589}

୩-ଏହା ଉଚ୍ଚ ରକ୍ତଚାପରୁ ରକ୍ଷା କରିଥାଏ । ଭିଟାମିନ ଓ ନାଇଟ୍ରିକ ଏସିଡ଼ ଭରପୁର ଥିବାରୁ ହାର୍ଟ ସମନ୍ଧୀୟ ରୋଗରୁ ରକ୍ଷା କରିଥାଏ ।

୪-ଏନିମିଆ ଥିବା ରୋଗୀଙ୍କ ପାଇଁ ଏହା ମହୌଷଧି । ଏହା ରକ୍ତରେ ହିମୋଗ୍ଲୋବିନ ବଢ଼ାଇବା ସହ ଦେହରେ ରକ୍ତର ପରିମାଣ ବଢ଼ାଇଥାଏ ।

୫-ଡ଼ାଳିମ୍ବ ରସ ଧମନୀରେ ରକ୍ତ ପ୍ରବାହିତ କରିବାରେ ସାହାର୍ଯ୍ୟ କରିଥାଏ । ଯାହାଦ୍ଵାରା ଶରୀର ସୁସ୍ଥ ରହିଥାଏ ।

୬-ସ୍ମରଣ ଶକ୍ତି କମଥିବା ଲୋକ ଡ଼ାଳିମ୍ବ ରସ ସେବନ କଲେ ସ୍ମରଣଶକ୍ତି ବଢ଼ିଥାଏ ।

୭-ଗଣ୍ଠିରୋଗ ପାଇଁ ଡ଼ାଳିମ୍ବ ବହୁତ ଉପକାରୀ । ଡ଼ାଳିମ୍ବ ରସ ସେବନ କଲେ ଆଣ୍ଠୁଗଣ୍ଠି ସମ୍ବନ୍ଧୀୟ ରୋଗ ଭଲହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.