Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଖାଆନ୍ତୁ ସତେଜ୍‌ ଆତ : ଶରୀରରେ ଦେଖାଯିବନି ରକ୍ତହୀନତା, ଡାଇବେଟିସ୍‌ରୁ ମିଳିବ ମୁକ୍ତି

22/02/2021 at 3:53 PM

ଭୁବନେଶ୍ୱର ୨୨/୦୨ : ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଆତ । ଯେଉଁଥିରୁ କ୍ୟାଲସିୟମ୍ ଏବଂ ଫାଇବର ପରି ନ୍ୟୁଟ୍ରିଏଣ୍ଟସ୍ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଆର୍ଥ୍ରାଇଟିସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ । ଏହି ଗଛର ଛାଲକୁ ମଧ୍ୟ ଔଷଧ ତିଆରି ପାଇଁ ବ୍ୟବହାର କରାଯାଇଥାଏ ।  ତେବେ ଆତର ବିଭିନ୍ନ ଉପକାରିତା ମଧ୍ୟ ରହିଛି । ଯାହାକୁ ବ୍ୟବହାର କରି ଆପଣ ଅନେକ ପ୍ରକାରର ରୋଗରୁ ରକ୍ଷା ପାଇପାରିବେ ।

ମସ୍ତିସ୍କ ଶକ୍ତି ବୃଦ୍ଧି : ଆତରେ ଭିଟାମିନ୍ ବି-୬ ଭରପୁର ରହିଥାଏ । ଯାହା ମସ୍ତିଷ୍କକୁ ତୀବ୍ର କରିବା ସହିତ ବ୍ରେନ୍ କୁ ଫ୍ରେସ୍ ରଖିଥାଏ ।

ହାର୍ଟ ସମସ୍ୟା : ଆତରେ ମ୍ୟାଗ୍ନେସିୟମ୍ ରହିଥାଏ, ଯାହା ହୃତପିଣ୍ଡ ସମସ୍ୟାକୁ ଦୂର କରିଥାଏ । ତେଣୁ ହାର୍ଟ ରୋଗୀମାନେ ଆତ ଖାଇବା ନିହାତି ଆବଶ୍ୟକ ହୋଇଥାଏ ।

ରକ୍ତ ଚାପ : ଉଚ୍ଚ କିମ୍ବା ନିମ୍ନ ରକ୍ତଚାପ ରୋଗୀମାନେ ଆତ ଖାଇବା ଉଚିତ୍ ଏଥିରେ ପୋଟାସିୟମ୍ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

ହଜମ ପ୍ରକିୟା : ଆତରେ ପ୍ରଚୁର ପରିମାଣର ଫାଇବର ରହିଥାଏ, ଯାହା ହଜମ ପାଇଁ ସହାୟକ ହୋଇଥାଏ ।

ରକ୍ତହୀନତା: ଏହି ଫଳରେ ଥିବା ଆଇରନ୍ ଏବଂ କପର୍ ଶରୀରରେ ରକ୍ତ ଅଭାବକୁ ପୂରଣ କରିଥାଏ ।

ମଧୁମେହ ସମସ୍ୟାରୁ ମୁକ୍ତି : ଆତ ଖାଇବା ଦ୍ୱାରା ବ୍ଲଡ୍ ଶୁଗାରର ସ୍ତର କମିଯାଇଥାଏ, ଯାହା ମଧୁମେହ ସମସ୍ୟା ଦୂର କରିଥାଏ ।

ଡିପ୍ରେସନ୍ ର ସମସ୍ୟା ଦୂର କରିଥାଏ: ଏହି ଫଳରେ ଭିଟାମିନ୍-ବି ଥାଏ, ଯାହା ଡିପ୍ରେସନର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

   Related Posts