୧୦ଦିନ ଯାଏଁ ନିୟମିତ ଖାଲି ପେଟରେ ଖାଆନ୍ତୁ ଜିରା : ତା’ପରେ ଦେଖନ୍ତୁ କମାଲ୍
17/10/2019 at 5:28 PM

ପ୍ରତିଦିନ ସକାଳେ ଖାଲି ପେଟରେ ୧୦ଗ୍ରାମ୍ ଜିରାକୁ ଏକ ଗ୍ଲାସ୍ ଗରମ ପାଣିରେ ଭଲ ଭାବେ ମିଶାଇ ପିଇଲେ ଆପଣଙ୍କ ଶରୀରରେ ମେଟାବଲିଜମ ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ। ଏପରି କରିବା ଦ୍ବାରା ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ ପାଇଥାଏ।

ଯଦି ନିୟମିତ ଭାବେ ୧୦ଦିନ ସକାଳେ ଖାଲି ପେଟରେ ଜିରା ଖାଇବେ ତେବେ ଆପଣଙ୍କ ରକ୍ତ ସଞ୍ଚାଳନ ନିୟନ୍ତ୍ରଣରେ ରହିବ। ଏହା ସୁଗାର ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ଯଦି ଆପଣଙ୍କ ତ୍ବଚାରେ ଛୋଟ ମୋଟ ସମସ୍ୟା ରହିଛି କିମ୍ବା ଆପଣ ତ୍ବଚାରେ ଚମକ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗିଲାସ ପାଣିରେ ଏକ ଚାମଚ ଜିରା ଫୁଟାଇ ୧୦ମିନିଟ ଯାଏଁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଏହା ପରେ ଦେଖିବେ କମାଲ୍।

Related Posts
ମସ୍ତିଷ୍କ ରେଖାରେ ଲୁଚିଛି ଭାଗ୍ୟ : ଜାଣନ୍ତୁ କେଉଁ ରେଖା କ’ଣ କହେ
12 April 2021