ଖାଲି ପେଟରେ ଖାଆନ୍ତୁ ଗାଜର, ମିଳିବ ଅନେକ ଫାଇଦା

Published By : Prameya-News7 Bureau | November 30, 2019 IST

ଗାଜର ରସ ସେବନ କରିବା ଦ୍ବାରା ରକ୍ତବୃଦ୍ଧି ହୋଇଥାଏ। ମଧୁମେହ ରୋଗକୁ ଛାଡ଼ି ଗାଜର ପ୍ରାୟତଃ ସମସ୍ତ ରୋଗ ପାଇଁ ସେବନ କରାଯାଇପାରିବ। ଗାଜର ରସରେ ଭିଟାମିନ୍ ଏ,ବି,ସି,ଡି,ଇ,ଜି ଏବଂ କେ ମିଳିଥାଏ। ଗାଜର ଜୁସ୍ ପିଇଲେ କିମ୍ବା କଞ୍ଚା ଗାଜର ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ପୋଲିଓ ପାଇଁ ପ୍ରାକୃତିକ ଔଷଧ। ଏହାର ସେବନ ଲ୍ୟୁକୋମିଆ ଏବଂ ପେଟ କ୍ୟାନସର ପାଇଁ ଲାଭଦାୟକ ଅଟେ। ଏହାର ସେବନ ଦ୍ବାରା କୋଷ ଏବଂ ଧମନୀକୁ ଜୀବନ ମିଳିଥାଏ।

ପୁରୁଷଙ୍କ ପାଖରେ ଗୋଟିଏ ନୁହେଁ ବରଂ ଏପରି ଅନେକ କାରଣ ରହିଛି, ଯାହା ଗାଜର ଖାଇବା ପାଇଁ ପର୍ଯ୍ୟାପ୍ତ ହୋଇଥାଏ। ଆପଣ ଜାଣିଛନ୍ତି କି ଗାଜର ପୁରୁଷଙ୍କୁ ଅନେକ ରୋଗରୁ ଦୂରେଇ ରଖିଥାଏ। ପୁରୁଷଙ୍କୁ ସପ୍ତାହରେ ଅତିକମରେ ୨ଦିନ ଗାଜର ଖାଇବା ଉଚିତ୍। ଗାଜର ଏକ ପ୍ରାକୃତିକ ଔଷଧ। ଗାଜରର ଜୁସ୍ ପିଇବା ଦ୍ବାରା ରକ୍ତ ପରିଷ୍କାର ହୋଇଥାଏ। ଆପଣଙ୍କୁ କଞ୍ଚା ଗାଜର ଖାଇବା ଆବଶ୍ୟକ। ଯଦି ଆପଣଙ୍କୁ ହଜମ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ଆପଣ ଦିନରେ ଗୋଟିଏ ଲାଲ ଗାଜର ଖାଆନ୍ତୁ। ଯଦି ଆପଣଙ୍କୁ ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଛି ତେବେ ଆପଣଙ୍କୁ ଦିନକୁ ଅନେକ ଥର ଗାଜର ଖାଇବା ଆବଶ୍ୟକ। ଗାଜରକୁ ଆପଣ ରାତ୍ରି ଭୋଜନ ପରେ ମଧ୍ୟ ଖାଇ ପାରିବେ।

ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ ଗାଜରର ଜୁସ୍ ପିଇବା ଜରୁରୀ ଅଟେ। ଏହା ଆପଣଙ୍କ ଆଖି ପାଇଁ ଲାଭଦାୟକ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ,ଯାହା ଯକୃତକୁ ଯାଇ ଭିଟାମିନରେ ରୂପାନ୍ତରିତ ହୋଇଥାଏ ଏବଂ ଟ୍ରାନ୍ସଫର୍ମ ହୋଇଥାଏ। ଯଦି ଆପଣ ସପ୍ତାହକୁ ଥରେ ଗାଜର ଖାଉଛନ୍ତି ତେବେ ଆପଣଙ୍କୁ ହୃଦ ସମ୍ବନ୍ଧୀୟ ରୋଗ ହୋଇନଥାଏ। ପୁରୁଷଙ୍କ ପାଡିରୁ ଦୁର୍ଗନ୍ଧ ଏବଂ ଦାନ୍ତମୂଳ ନ ପଚିବା ପାଇଁ ଗାଜର ଖାଇବା ଉଚିତ୍। ଗାଜର ଖାଇବା ଦ୍ବାରା କ୍ୟାନସରରୁ ରକ୍ଷା ମିଳିଥାଏ। ଯଦି ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା କମ୍ ତେବେ ଆପଣଙ୍କୁ ଗାଜର ଖାଇବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.