Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ରାତିରେ ଗରମ ପାଣିରେ ଅଳେଇଚ ମିଶାଇ ପିଇଲେ ମିଳିବ ଏହି ସବୁ ଫାଇଦା : ପଢ଼ନ୍ତୁ ପୂରା ଖବର

8/09/2019 at 1:38 PM

ଅଳେଇଚ ଏକ ଏପରି ଜିନିଷ,ଯାହା ଆମ ରୋଷେଇ ଘରେ ଖୁବ୍ ସହଜରେ ମିଳିଯାଇଥାଏ। ଏହାକୁ ଆମେ ବିଭିନ୍ନ ପ୍ରକାର ରୋଷେଇ କରିବାବେଳେ ବ୍ୟବହାର କରିଥାଉ। ଅଳେଇଚ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକେ ଏହାକୁ ସେବନ କରିବାର ଠିକ୍ ଉପାୟ ଜାଣିନଥାଆନ୍ତି। ଏଥିପାଇଁ ସେମାନଙ୍କୁ ଏହାର ଲାଭ ମିଳିପାରେ ନାହିଁ।

ଅଳେଇଚକୁ ମହୁ ସହ ସେବନ କରାଯାଇଥାଏ କିମ୍ବା ପାଣି ସହ ମଧ୍ୟ ସେବନ କରାଯାଇନଥାଏ। ଏହାକୁ ଆପଣ ସକାଳେ ଖାଲି ପେଟରେ କିମ୍ବା ଲଞ୍ଚ ପରେ ମଧ୍ୟ ଖାଇ ପାରିବେ କିନ୍ତୁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ୨ଟି ଅଳେଇଚ ଖାଇ ଗରମ ପାଣି ପିଇବେ ତେବେ ଆପଣଙ୍କୁ ଏହା ସୁଫଳ ହେବ। ଆସନ୍ତୁ ଜାଣିବା ଅଳେଇଚର ଲାଭଦାୟକ ଗୁଣ ବିଷୟରେ

 ରାତିରେ ଅଳେଇଚ ଚୋବାଇ ଗରମ ପାଣି ପିଇଲେ ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହା ସହିତ ପାଟିରୁ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ। ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ସକାଳେ ଖାଲି ପେଟରେ ଆପଣ ଅଳେଇଚ ସେବନ କରି ପାରିବେ।

ସେହିଭଳି ଅଳେଇଚ ସେବନ କଲେ ଶରୀରର ଦୁର୍ବଳତା ଦୂର ହୋଇଯାଇଥାଏ,ଆପଣ ଚାହିଁଲେ ଶୋଇବା ପୂର୍ବରୁ ଗରମ କ୍ଷୀରରେ ଅଳେଇଚ ପାଉଡର ମିଶାଇ ପିଇବା ଦ୍ବାରା ଦୁର୍ବଳତା ଦୂର ହୋଇଥାଏ।

ଅଳେଇଚ ଖାଇବା ଦ୍ବାରା ଲାଳ ସୃଷ୍ଟି ହୋଇଥାଏ,ଏହା ଦ୍ବାରା ପେଟର ଗ୍ୟାସ୍,ଅମ୍ଳପିତ୍ତ ଏବଂ ପେଟର ଭାରିପଣ ଦୂର ହୋଇଥାଏ। ଏହା ବ୍ୟତୀତ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ।

   Related Posts