Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମଦ ଛଡ଼ାଇବା ପାଇଁ ଏକ ସହଜ ଉପାୟ : ଏମିତି କରନ୍ତୁ ମଦ ଦେଖିଲେ ଟେକିବେ ନାକ

13/12/2018 at 12:16 PM

ଜୟପୁର ୧୩/୧୨ : ଆମେ ସମସ୍ତେ ଜାଣିଛେ ଯେ, ମଦ ପିଇବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ | ଅତ୍ୟଧିକ ମଦ ପିଇବା ଦ୍ୱାରା ଲିଭର ନଷ୍ଟ ହୋଇଯାଏ | ଯାହାଫଳରେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ | ମଦ ପିଇ ଗାଡି ଚଳାଇବା ଦ୍ୱାରା ଦୁର୍ଘଟଣା ହୋଇଥାଏ | ଦୁର୍ଘଟଣାରେ ମଧ୍ୟ ଲୋକଙ୍କ ଜୀବନ ଚାଲିଯାଇଥାଏ | ତେବେ ଅଭ୍ୟାସ କାରଣରୁ କିଛି ଲୋକଙ୍କ ପାଇଁ ମଦ ପିଇବା ଯେମିତି ଜରୁରୀ ହୋଇପଡ଼ିଥାଏ | ମଦ ସେମାନଙ୍କର ଏମିତି ଅଭ୍ୟାସରେ ପରିଣତ ହୋଇଯାଇଥାଏ ଯେ, ସେମାନେ ନ ଖାଇଲେ ମଧ୍ୟ ଚାଲିବ କିନ୍ତୁ ମଦ ନ ପିଇଲେ ଚାଲିବ ନାହିଁ | ଘରେ କେହି ସଦସ୍ୟ ମଦ ପିଉଥିଲେ ତାଙ୍କ ପାଇଁ ପୁରା ପରିବାର ଚିନ୍ତିତ ହୋଇପଡେ କେମିତି ମଦ ଛଡ଼େଇବେ | ତେବେ ଆମେ ଆପଣଙ୍କୁ ଏମିତି କିଛି ଉପାୟ ସମ୍ପର୍କରେ ଜଣେଇବୁ ଯାହାଫଳରେ ସହଜରେ ଜଣେ ମଦ ପିଇବା ଛାଡ଼ିଦେବ | 

କଲରା ବିଷୟରେ ଆମେ ସମସ୍ତେ ଜାଣିଛେ | କଲରା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ | କଲରା ଖାଇବାକୁ ପିତା କିନ୍ତୁ ତାର ବହୁତ ଔଷଧୀୟ ଗୁଣ ରହିଛି | ତେବେ ଏଇଠି ଆମେ କଲରା ନୁହେଁ ବରଂ କଲରା ପତ୍ରର ବ୍ୟବହାର ବିଷୟରେ କଥା ହେବା | କଲରା ପତ୍ର ଶରୀରରେ ଥିବା ବିଷ ପଦାର୍ଥ ବାହାର କରିବା ସହ ମଦ ପିଇବା ଅଭ୍ୟାସ ଛଡ଼େଇବାରେ ସାହାଯ୍ୟ କରିଥାଏ | କଲରା ପତ୍ରକୁ ବାଟି ଏହାର ରସ ବାହାର କରି ମହିରେ ଦୁଇ ଚାମଚ କଲରା ପତ୍ର ରସ ମିଶାଇ ପିଅନ୍ତୁ | ପ୍ରତିଦିନ ଏହି ରସ ପିଇବା ଦ୍ୱାରା ଧୀରେ ଧୀରେ ମଦ ପିଇବା ଅଭ୍ୟାସ ଛାଡ଼ିଯିବ | 

ଯଦି କେହି ମଦ ଛାଡିବା ପାଇଁ ଚାହୁଁଛନ୍ତି କିନ୍ତୁ ତାଙ୍କୁ ମଦ ପିଇବା ପାଇଁ ଇଛା କରୁଛନ୍ତି ତାହେଲେ ଏକ ସହଜ ଉପାୟ ରହିଛି | ଏଥିପାଇଁ କିଛି କରିବାକୁ ପଡିବ ନାହିଁ | କେବଳ ୨/୩ଟି କିସମିସ ପାଟିରେ ପକେଇ ତାର ରସକୁ ଚୁଚୁମିବେ | ଏମିତି କରିବା ଦ୍ୱାରା ଧୀରେ ଧୀରେ ମଦ ପିଇବା ଇଛା ମରିଯାଇଥାଏ | 

ଆଉ ଏକ ଉପାୟ ହେଲା ଖଜୁରୀ | ଯେଉଁମାନେ ମଦ ଛାଡିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ସବୁଠୁ ସହଜ ଉପାୟ ହେଲା ଖଜୁରୀ | ପାଣିରେ କିଛି ଖଜୁରୀ ପେଶି ଏହି ପାଣିକୁ ଦିନରେ ଦୁଇ ତିନି ଥର ସେବନ କରିବେ | ଏହି ମିଶ୍ରଣ ସେବନ କରିବା ଦ୍ୱାରା ମଦ ଅଭ୍ୟାସ ବହୁତ ଶୀଘ୍ର ଛାଡିଯାଏ | 

   Related Posts