Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପାର୍କିଙ୍ଗ୍‌ରେ କାର୍ ଖୋଜିବାରେ ସମସ୍ୟା ହେଉଛି କି ? କାର୍ ଖୋଜିବାରେ ଗୁଗଲ୍ ମ୍ୟାପ୍ କରିବ ସାହାଯ୍ୟ

5/10/2020 at 6:32 PM

ଭୁବନେଶ୍ୱର ୦୫/୧୦ : ଯେତେବେଳେ ସପିଙ୍ଗ କରିବାକୁ ମଲକୁ ଯାଇଥାଉ କିମ୍ବା ଫିଲ୍ମ ଦେଖିବାକୁ ସିନେମା ହଲ୍ ଯାଇଥାଉ ଅଧିକାଂଶ ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଗାଡି କେଉଁଠି ରଖିଛୁ ଆମେ ଭଳି ଯାଇଥାଉ। ଅନେକଥର ଏଜେଭଳି ପାର୍କିଙ୍ଗ ଯୋଗୁଁ ଆମକୁ ନିଜ କାର୍ ଖୋଜିବାରେ ସମସ୍ୟା ହୋଇଥାଏ। କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ଏକ ସମାଧାନ ସାମ୍ନାକୁ ଆସିଛି। ଆପଣଙ୍କ ଏହି ସମସ୍ୟାର ସମାଧାନ ଗୁଗଲ ମ୍ୟାପ କରିପାରିବ। ଗୁଗଲ୍ ମ୍ୟାପର ଏକ ଆକର୍ଷଣୀୟ ଫିଚର୍ ସାହାଯ୍ୟରେ ଆପଣଙ୍କୁ ନିଜ ପାର୍କିଙ୍ଗ୍ ସ୍ଥାନ ମନେରଖିବାରେ ସହାୟକ ହେବ। ଗୁଗଲ୍ ମ୍ୟାପ୍ ସାହାଯ୍ୟରେ ଆପଣ ନିଜ କାର୍ ପାର୍କ କରିଥିବା ସ୍ଥାନ ଯାଏଁ ଯାଇପାରିବେ। ଏଥିପାଇଁ ଆପଣ କାର୍ ପାର୍କିଙ୍ଗ୍ ସମୟରେ ଗୁଗଲ୍ ମ୍ୟାପ୍ ସାହାଯ୍ୟରେ ନିଜର ଲୋକେସନ ପିନ୍ କରିପାରିବେ। ଏହାପରେ ଆପଣ ପିନ୍ କରିଥିବା ଲୋକେସନରେ ଟ୍ୟାପ୍ କଲେ ନୋଟିଫିକେସନ୍ ସାହାଯ୍ୟରେ ନିଜ କାର୍ ସହଜରେ ପାଇପାରିବେ।

କାର ପାର୍କିଙ୍ଗ ସମୟରେ କିଭଳି ଲୋକେସନ ସେଭ କରିବେ ଜାଣନ୍ତୁ:

୧. ସର୍ବ ପ୍ରଥମେ ଆପଣଙ୍କୁ ଗୁଗଲ୍ ମ୍ୟାପର ଲେଟେଷ୍ଟ ଭର୍ସନ୍ ଡାଉନଲୋଡ଼୍ କରିବାକୁ ହେବ

୨. ଏହାପରେ ନିଜ ଫୋନରେ ଲୋକେସନ୍ ସେବାକୁ ଅନ୍ କରିବେ

୩. ଏହାର ଲୋକେସନ୍ ଉପରେ କ୍ଲିକ୍ କରିବେ, ଏହା ମ୍ୟାପରେ ନୀଳ ପିନ୍ ସହ ନଜର ଆସିବ

୪. କ୍ଲିକ୍ କରିବା ପରେ ୩ଟି ଅପସନ୍ ନଜର ଆସିବ, ଏଥିରେ ସେଭ୍ ୟୋର୍ ପାର୍କିଙ୍ଗ୍ ଅପସନ୍ ସିଲେକ୍ଟ କରିବେ

୫. ଏଥିରେ ପାକିଙ୍ଗ୍ ନମ୍ବର ଓ ଫଟୋ ଭଳି ଅନେକ ତଥ୍ୟ ମଧ୍ୟ ଆଡ଼୍ କରିପାରିବେ

୬. ଏଠାରେ ଆପଣ ସିଧାସଳଖ ଗୁଗୁଲ୍ ଆସିଷ୍ଟାଣ୍ଟକୁ ନିଜର ପାର୍କିଂ ଲୋକେସନ୍ ମନେ ରଖିବାକୁ କହିପାରିବ, ଏଥିପାଇଁ ରିମେମ୍ବର ୱେୟାର ଆଇ ହେଡ୍ ପାର୍କିଙ୍ଗ ଉପରେ କ୍ଲିକ୍ କରନ୍ତୁ।

କିଭଳି ନିଜ ପାର୍କିଙ୍ଗ ଲୋକେସନ ସର୍ଚ୍ଚ କରିବେ ଜାଣନ୍ତୁ:

୧. ପ୍ରଥମେ ଗୁଗଲ୍ ମ୍ୟାପ୍ ଓପନ୍ କରିବେ ଏବଂ ସେଭ୍ କରିଥିବା ପାର୍କିଙ୍ଗ୍ କାର୍ଡରେ ଟ୍ୟାପ୍ କରିବେ

୨. ଏହାପରେ ଡାଇରେକସନ୍ ବଟନରେ କ୍ଲିକ୍ କରିବେ

୩. ଏହାପରେ ନେଭିଗେସନ୍ ଅନ୍ କରିବାକୁ ଷ୍ଟାର୍ଟ ବଟନରେ ଟ୍ୟାପ୍ କରିବେ

୪. ଆପଣ ଚାହିଁଲେ ସିଧା ଗୁଗଲ ଆସିଷ୍ଟାଣ୍ଟକୁ ମଧ୍ୟ ପଚାରି ପାରିବେ

୫. ଗୁଗଲ୍ ମ୍ୟାପ୍ ଆପଣଙ୍କୁ କାର୍ ପାର୍କିଙ୍ଗ୍ ଲୋକେସନ୍ ଦେଖାଇଦେବ

   Related Posts