କେବଳ ୭ଟି ଅଶ୍ବସ୍ଥ ପତ୍ରରେ କରିପାରିବେ ବଶୀକରଣ : ଜାଣନ୍ତୁ ସହଜ ଉପାୟ

Published By : Prameya-News7 Bureau | February 13, 2019 IST

(ବି.ଦ୍ର- ଏହି ରିପୋର୍ଟରେ ଯାହା ଲେଖାଯାଇଛି ସେସବୁ ପଛରେ କିଛି ଯୁକ୍ତି ନାହିଁ । କେହି କେହି ଏହାକୁ ଅନ୍ଧବିଶ୍ବାସ ବୋଲି ମଧ୍ୟ କହିପାରନ୍ତି । ଏଭଳି ଲେଖା ଲେଖି ଅଂଧ ବିଶ୍ବାସ ପ୍ରସାର କରିବା ମଧ୍ୟ ଆମର ଉଦ୍ଦେଶ୍ୟ ନୁହେଁ । ତେବେ ଏହା ଆଗମ ଶାସ୍ତ୍ରରେ ରହିଥିବା ବଶୀକରଣ ବିଧିର ଏକ ସରଳ ଉପସ୍ଥାପନା ମାତ୍ର । ଏହାକୁ ଆପଣ ମନୋରଞ୍ଜନ ଧର୍ମୀ ବୋଲି ଗ୍ରହଣ କରିପାରିବେ । ଏହାକୁ କେହି ପରୀକ୍ଷା କରିବାକୁ ଚାହିଁଲେ ନିଜସ୍ବ ଭୁଦ୍ଧିମତ୍ତାକୁ ବ୍ୟବହାର କରି ନିଷ୍ପତ୍ତି ନେବେ)

ଭୁବନେଶ୍ୱର ୧୩/୨ : ସବୁ ମଣିଷର କିଛି ନା କିଛି ଆଶା ରହିଥାଏ କିନ୍ତୁ କୌଣସି କାରଣ ବଶତଃ ପୁରା ହୋଇପାରିନଥାଏ | ନିଜ ଇଛା ବା ଆଶା ପୁରାଣ କରିବା ପାଇଁ ମଣିଷ ଅନେକ ଉପାୟ ଅବଲମ୍ବନ କରିଥାଏ | ବେଳେବେଳେ ସେ କରିଥିବା ଉପାୟରେ ସଫଳ ହୁଏ ତ କେତେବେଳେ ସଫଳ ହୋଇନଥାଏ | ଯାହାଫଳରେ ମଣିଷ ହତାଶ ହୋଇ ଭୁଲ ରାସ୍ତାରେ ଚାଲିଯାଇଥାଏ | ଆଜି ଆମେ ଆପଣଙ୍କୁ ଏକ ସରଳ ଉପାୟ କହିବୁ ଯାହାଫଳରେ ଆପଣଙ୍କ ଇଛା ପୁରାଣ ହେବ | ବିଶେଷତଃ କାହାକୁ ନିଜ ବଶକୁ ାଣିବାକୁ ଚାହୁଁଥିଲେ ସେଥିରେ ସଫଳ ହେବେ । କିନ୍ତୁ ଏହି ଉପାୟ କରିବା ପାଇଁ ନିଜର ଦୃଢ ଇଛା ଶକ୍ତି ଥିବା ଦରକାର | ଦୃଢ ଇଛା ଶକ୍ତି ଥିଲେ ହିଁ ଏହି ଉପାୟ କରିବା ଉଚିତ |

{"id":84637}


ଶାସ୍ତ୍ର ଅନୁସାରେ ଯେକୌଣସି ଉପାୟ କରିବା ପୂର୍ବରୁ ନିଜ ଇଷ୍ଟଦେବଙ୍କୁ ସ୍ମରଣ କରିବା ଉଚିତ | ଇଷ୍ଟଦେବଙ୍କ ଉପରେ ସମ୍ପୂର୍ଣ ଭାବେ ବିଶ୍ୱାସ କରିବା ଉଚିତ | ଇଷ୍ଟଦେବଙ୍କ ଉପରେ ବିଶ୍ୱାସ ରଖି ଯେକୌଣସି କାର୍ଯ୍ୟ କଲେ ସଫଳତା ମିଳିଥାଏ |


କାରଣ ମଣିଷର ମନସ୍କାମନା ଇଷ୍ଟଦେବ ହିଁ ପୁରା କରିଥାନ୍ତି | ଆଜି ଆମେ ଆପଣଙ୍କୁ ଅଶ୍ୱସ୍ଥ ପତ୍ରକୁ ନେଇ ଏକ ଉପାୟ ବିଷୟରେ କହିବୁ ଯାହା ଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହେବ |

{"id":84639,"width":587,"height":331}


ହିନ୍ଦୁ ଧର୍ମରେ ଅଶ୍ୱସ୍ଥ ବୃକ୍ଷକୁ ଦେବଦେବୀଙ୍କ ବାସସ୍ଥାନ ବୋଲି କୁହାଯାଏ | ଶାସ୍ତ୍ର ଅନୁସାରେ ପିପଲ ବା ଅଶ୍ୱସ୍ଥ ପତ୍ରରେ ସହଜରେ ବଶୀକରଣ କରାଯାଇଥାଏ | ଶୁକ୍ରବାର ଦିନ ଅଶ୍ୱସ୍ଥ ବୃକ୍ଷ ନିକଟକୁ ଯିବେ | ସେଠାକୁ ଯାଇ ଅଶ୍ୱସ୍ଥ ପତ୍ର ଆଣିବେ | ସେହି ପତ୍ର ଅଳ୍ପ ଶୁଖିଲା ହୋଇଥିବା ଦରକାର | କଞ୍ଚା ପତ୍ର ବା ସବୁଜ ପତ୍ର ଏହି ଉପାୟ ପାଇଁ ଉପଯୁକ୍ତ ନୁହେଁ | ଗଛ ତଳେ ପଡ଼ିଯାଇଥିବା ପତ୍ର ମଧ୍ୟ ଆଣିପାରିବେ | ମନେ ରଖନ୍ତୁ ଶୁଖିଲା କିମ୍ବା ହଳଦିଆ ପତ୍ର ହିଁ ଆଣିବେ | ଗଛରୁ ପତ୍ର ତୋଳିବା ସମୟରେ ଗଛକୁ କହିବେ ଯେ, ଆପଣଙ୍କ ଗଛରୁ ପତ୍ର ତୋଳୁଛି ଏବଂ ଏଥିପାଇଁ ଆପଣଙ୍କ ଆଶୀର୍ବାଦ ଦରକାର | ଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ ମା'ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଅଶ୍ୱସ୍ଥ ବୃକ୍ଷରେ ବାସ କରନ୍ତି |

{"id":84640,"width":587,"height":399}


୭ଟି ଅଶ୍ୱସ୍ଥ ପତ୍ର ଆଣିବେ | ସବୁ ପତ୍ରକୁ ଭଲ ଭାବେ ଧୋଇବେ । ନାଲି ଚନ୍ଦନରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ | ଚନ୍ଦନ ପେଷ୍ଟରେ ଯେମିତି କିଛି ଲେଖା ହୋଇପାରିବ | ତ'ପରେ ଅଶ୍ୱସ୍ଥ ପତ୍ରରେ ଚନ୍ଦନରେ ସେହି ବ୍ୟକ୍ତିଙ୍କ ନାଁ ଲେଖିବେ ଯାହାକୁ ଆପଣ ନିଜ ବଶକୁ ଆଣିବାକୁ ଚାହୁଁଛନ୍ତି | ଏହାପରେ ୭ଟି ପତ୍ରକୁ ନାଲି ସୁତାରେ ବାନ୍ଧି ଦେବେ | ଏହାପରେ ସେହି ଅଶ୍ୱସ୍ଥ ବୃକ୍ଷ ମୂଳରେ ଏକ ଗାତ କରି ପତ୍ରଗୁଡିକୁ ପୋତିଦେବେ | ଏହାପରେ ବୃକ୍ଷ ମୂଳରେ ଛିଡା ହୋଇ ସେହି ବ୍ୟକ୍ତିଙ୍କ ନାଁ କହିବେ ଯାହାକୁ ଆପଣ ବଶ କରିବା ପାଇଁ ଚାହୁଁଛନ୍ତି | ବୃକ୍ଷ ମୂଳରେ ଯେଉଁଠାରେ ପତ୍ର ପୋତିଥିବେ ସେଠାରେ ଦୀପ ଜଳାଇ ପାଣି ଢ଼ାଲିବେ | ସେଠାରୁ ଫେରିବା ସମୟରେ ପଛକୁ ବୁଲି ଚାହିଁବେନାହିଁ | ଘରକୁ ଫେରିବା ସମୟରେ କାହା ସହିତ କିଛି କଥାବାର୍ତ୍ତା କରିବେ ନାହିଁ | ଘରକୁ ଆସି ହାତ ଗୋଡ ଧୋଇ ଠାକୁରଙ୍କୁ କିମ୍ବା ନିଜ ଇଷ୍ଟଦେବଙ୍କୁ ଆରାଧନା କରିବେ |

{"id":84641}


ଶାସ୍ତ୍ର ଅନୁସାରେ ଏହି ଉପାୟ ଅତ୍ୟନ୍ତ ସରଳ | ଏହି ଉପାୟ ଅବଲମ୍ବନ କରି ଆପଣ ନିଜ ମନସ୍କାମନା ପୂରଣ କରିପାରିବେ କିମ୍ବା ଯଦି କାହାକୁ ବଶ କରିବାକୁ ଚାହୁଁଛନ୍ତି ତ'ହେଲେ ମଧ୍ୟ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.