Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଟିଭିରେ ଭାରତ-ପାକ୍ ମ୍ୟାଚ ଦେଖିଲେ ଏହି ଖେଳାଳିଙ୍କ ପୁଅ, କହିଲେ ସୋଏବଙ୍କୁ ସାମ୍ନା କରିବା ସହଜ

9/04/2020 at 1:45 PM

ନୂଆଦିଲ୍ଲୀ, ୦୯|୦୪:  ଷ଼୍ଟା଼ଡିୟମରେ ଯେତେବେଳେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥାନ୍ତି ଫ୍ୟାନଙ୍କ ହୃଦସ୍ପନ୍ଦନ ବଢିଯାଏ । ଖେଳାଳିମାନେ ମଧ୍ୟ ଚାପରେ ରହିଥାନ୍ତି । ଏହି ଦୁଇ ଦଳ ଯଦି ବିଶ୍ୱକପରେ ମୁହାଁମୁହିଁ ହୁଅନ୍ତି ତେବେ ଏହାର ମଜା ଭିନ୍ନ ହୋଇଥାଏ । ଭାରତ-ପାକିସ୍ତାନ ମ୍ୟାଚ କଥା ମନରେ ଉଠିଲେ ଦ୍ରୁତ ବୋଲର ସୋଏବ ଅଖତରଙ୍କୁ ସମସ୍ତେ ମନେ ପକାଇଥାନ୍ତି । ଏହି ପାକିସ୍ତାନୀ ବୋଲର ସର୍ବାଧିକ ବେଗରେ ବୋଲି କରିଥାନ୍ତି । କିନ୍ତୁ ଭାରତୀୟ ଦଳର ଜଣେ ବ୍ୟାଟସମ୍ୟାନଙ୍କ ପୁଅ ସୋଏବଙ୍କୁ ଜବାବ ଦେବା ସହଜ ବୋଲି କହିଛନ୍ତି ।

ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ମହମ୍ମଦ କୈଫଙ୍କ ପୁତ୍ର କବୀର କହିଛନ୍ତି ଯେ, ବାପା ସୋଏବଙ୍କ ବଲକୁ ପ୍ରହାର କରିଥାନ୍ତି । ଦେଶରେ ଏପ୍ରିଲ ୩୦ ଯାଏଁ ଲକଡାଉନ ଘୋଷଣା କରାଯାଇଛି । ଏହା ମଧ୍ୟରେ ଷ୍ଟାରସ୍ପୋର୍ଟସରେ ବିଶ୍ୱକପରେ ଖେଳାଯାଇଥିବା ଭାରତ ଓ ପାକିସ୍ତାନ ମ୍ୟାଚର ହାଇଲାଇଟସ୍ ଦେଖିବାକୁ ମିଳିବ ।

ଏହି ଅବସରରେ ୨୦୦୩ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମୁକାବିଲା ପ୍ରସାରିତ ହୋଇଥିଲା । ଏଥିରେ ସୋଏବ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୧୦ ଓଭରରେ ୭୨ ରନ ପ୍ରଦାନ କରିଥିଲେ ।

କୈଫ ଏହାକୁ ନେଇ ସୋସିଆଲ ମିଡିଆରେ ନିଜ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ଏହି ମ୍ୟାଚ ପ୍ରସାରିତ କରିଥିବାରୁ ଷ୍ଟାର ସ୍ପୋର୍ଟସକୁ ଧନ୍ୟବାଦ । ଏହି ମ୍ୟାଚ ଐତିହାସିକ ଥିଲା । କିନ୍ତୁ କବୀର ନିଜ ପିତାଙ୍କ ପାଇଁ ବେଶୀ ପ୍ରଭାବିତ ନୁହେଁ । କାରଣ ସୋଏବଙ୍କ ବଲ ଦ୍ରୁତ ଥିବା କାରଣରୁ ରନ କରିବା ସହଜ ବୋଲି ସେ କହିଥିଲେ ।

   Related Posts