ନୂଆ ଚପଲ କିମ୍ବା ଜୋତା ପିନ୍ଧିଲେ ଆପଣଙ୍କ ପାଦରେ କ୍ଷତ ହେଉଛି କି : ତେବେ ଅବଲମ୍ବନ କରନ୍ତୁ ଏହି ଘରୋଇ ଉପାୟ

Published By : Prameya-News7 Bureau | August 29, 2019 IST

ନୂଆ ଚପଲ ପିନ୍ଧିବାକୁ ତ ସମସ୍ତଙ୍କୁ ଭଲ ଲାଗିଥାଏ କିନ୍ତୁ ଅନେକ ଥର ଏହା ପିନ୍ଧିବା ଦ୍ବାରା ଗୋଡ଼ ଖଣ୍ଡିଆ ହୋଇଯାଇଥାଏ। ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟା ଭୋଗୁଛନ୍ତି ତେବେ ଏହି ଉପାୟ ଅବଲମ୍ବନ କରିବା ଦ୍ବାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

{"id":150602}

୧. ହଳଦୀ ଏବଂ ନିମ୍ବ ପତ୍ର : ହଳଦୀ ଏକ ଉତ୍ତମ ଆଣ୍ଟି ସେଫ୍ଟିକ୍ ହୋଇଥାଏ। ଯାହା ଯେକୌଣସି ଆଘାତ ଲାଗିଲେ ତୁରନ୍ତ ପ୍ରଭାବ ଦେଖାଇଥାଏ। ଏହା ସହିତ ନିମ୍ବ ପତ୍ର ଆଣ୍ଟି-ଇନଫ୍ଲାମାଟେରି କାମ କରିଥାଏ। ଏହା ଦ୍ବାରା ଜ୍ବଳନ,ଫୁଲା ,କଟା ଏବଂ କୁଣ୍ଡିଆ ସମସ୍ୟାକୁ ଦୂର କରିଥାଏ। ଦୁଇଟିକୁ ଏକାଠି ମିଶାଇ ପେଷ୍ଟ ପ୍ରସ୍ତୁତ କରି ଆଘାତ ସ୍ଥାନରେ ଲଗାନ୍ତୁ। ୨୦ମିନିଟ୍ ରଖିବା ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

{"id":150603}

୨.ଟୁଥପେଷ୍ଟ : ଟୁଥପେଷ୍ଟକୁ ଯେକୌଣସି ଆଘାତ ସ୍ଥାନରେ ଲଗାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ କାରଣ ଏଥିରେ ବେକିଙ୍ଗ ସୋଡ଼ା,ହାଇଡ୍ରୋଜେନ ପେରୋକ୍ସାଇଡ ଏବଂ ମେନ୍ଥୋଲ୍ ଥାଏ। ଏହା ଘାକୁ ଶୁଖିବାରେ ସାହାଯ୍ୟ କରିଥାଏ। କଟା ସ୍ଥାନରେ ଟୁଥପେଷ୍ଟ ଲଗାଇରାତି ସାରା ରଖନ୍ତୁ। ସକାଳେ ନଖ ଉଷୁମ ପାଣିରେ ସେଥିରେ ପେଟ୍ରୋଲିୟମ୍ ଜେଲି କିମ୍ବା ମଇଶ୍ଚରାଇଜର କ୍ରିମ୍ ଲଗାନ୍ତୁ। ମେନ୍ଥୋଲ୍ ଆଘାତ ଲାଗି ହେଉଥିବା ଜ୍ବଳନକୁ କମ୍ କରିଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଯେ ଏଥିପାଇଁ ଜେଲ୍ ଟୁଥପେଷ୍ଟ ବ୍ୟବହାର କରନ୍ତୁ ନାହିଁ।

{"id":150605}

୩.ଏଲୋବେରା : ଏଲୋବେରାକୁ ଜୋତା ଚପଲ ଦ୍ବାରା ହେଉଥିବା ଆଘାତ ସ୍ଥାନରେ ବ୍ୟବହାର କରାଯାଇଥାଏ। ଏଲୋବେରା ଜ୍ବଳନ,କୁଣ୍ଡିଆ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଏବଂ ଏହାର ଆଣ୍ଟି-ଇନଫ୍ଲାମାଟେରି ଗୁଣ ଘାକୁ ଶୀଘ୍ର ଠିକ୍ କରିବାରେ ସାହାଯ୍ୟ କରିଥାଏ। ଏହାର ପତ୍ରରୁ ଜେଲ୍ ବାହାର କରି ଆଘାତ ସ୍ଥାନରେ ହାଲୁକା ଭାବେ ମସାଜ କରନ୍ତୁ। ଘା ଶୁଖିବା ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ। ଦିନକୁ ୩/୪ଥର ଏପରି କଲେ ଘା ଶୁଖି ଯାଇଥାଏ।

{"id":150606}

୪. ନଡ଼ିଆ ତେଲ : ପ୍ରାୟ ସମସ୍ତଙ୍କ ଘରେ ନଡ଼ିଆ ତେଲ ରହିଥାଏ। ନଡ଼ିଆ ତେଲ କେବଳ ତ୍ବଚାକୁ ମଏଶ୍ଚରାଇଜ କରିନଥାଏ ବରଂ ଏହା ଜଳାପୋଡ଼ା ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ସହିତ ଏହା ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଏହାକୁ ଆପଣ ନୂଆ ଜୋତା ଚପଲରେ ମଧ୍ୟ ଲଗାଇ ପାରିବେ। ଏହା ଦ୍ବାରା ନୂଆ ଚପଲ ପିନ୍ଧିଲେ ଆଉ ପାଦ ଛିଣ୍ଡିବ ନାହିଁ।

{"id":150607}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.