Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଏପ୍ରିଲ ୧୨ ତାରିଖରେ ପାଳନ କରାଯିବ ଇଷ୍ଟର ପର୍ବ : ପ୍ରେମ ଓ କ୍ଷମାର ମହତ୍ୱ ଶିଖାଇଥାଏ ଏହି ପର୍ବ

10/04/2020 at 3:18 PM

ନୂଆଦିଲ୍ଲୀ ୧୦/୦୪ : ଗୁଡ଼ ଫ୍ରାଇଡେ ନାଁରେ କିଛି ଭଲ ଅନୁଭୂତି ଥିଲେ ମଧ୍ୟ ଏହି ଦିନର ଇତିହାସ ଅତ୍ୟନ୍ତ ଦୁଃଖଦାୟୀ ଓ କଷ୍ଟଦାୟକ | ଏହି ଦିନ ମାନବିକତାର ଉପଦେଶ ଦେଉଥିବା, ସହନଶୀଳତାର ପାଠ ପଢାଉଥିବା, କ୍ଷମାର ପ୍ରେରଣା ଦେଉଥିବା ଇଶା ଯୀଶୁଙ୍କୁ ଶୂଳିରେ ଚଢାଇ ଦିଆଯାଇଥିଲା | କିନ୍ତୁ ଈଶ୍ୱରଙ୍କ ଏହି ପୁତ୍ର ସେତେବେଳେ ବି ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ଯେ, ହେ ପ୍ରଭୁ ଏମାନଙ୍କୁ କ୍ଷମା କରିଦେବେ କାରଣ ଏମାନେ ଜାଣି ନାହାନ୍ତି କଣ କରୁଛନ୍ତି | ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସକୁ ଗୁଡ଼ ଫ୍ରାଇଡେ ଦିବସ ଭାବେ ପାଳନ କରାଯାଏ | ଏଥର ଏପ୍ରିଲ ୧୦ ତାରିଖରେ ପାଳନ କରାଯାଉଛି |

ଅନେକ ଲୋକ ଏହି ବଳିଦାନ ପାଇଁ ପ୍ରଭୁ ଯୀଶୁଙ୍କୁ କୃତଜ୍ଞତା ଜ୍ଞାପନ କରି ୪୦ ପୂର୍ବରୁ ଉପବାସ ରଖନ୍ତି | ଏହି ଉପବାସ ପ୍ରକ୍ରିୟାକୁ ଲେଣ୍ଟ କୁହାଯାଏ | ଆଉ କିଛି ଲୋକ କେବଳ ଶୁକ୍ରବାର ଦିନ ବ୍ରତ ପାଳନ କରନ୍ତି | ଏହି ସମୟରେ ସାକାହାରୀ ଏବଂ ସତ୍ତବିକା ଭୋଜନ କରାଯାଏ | ଏହି ଦିନ ଇସାଈ ଧର୍ମ ବା ଖ୍ରୀଷ୍ଟିଆନମାନେ ଗୀର୍ଜା ଯାଇ ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରିଥାନ୍ତି | ଏହିଦିନ ଚର୍ଚ୍ଚ ଏବଂ ଘରୁ ସମସ୍ତ ସୌଖିନ ଜିନିଷ ହଟାଇ ଦିଆଯାଇ କପଡାରେ ଢାଙ୍କି ଦିଆଯାଏ |

ଗୁଡ଼ ଫ୍ରାଇଡେ ଦିନ ଇଶାର ଅନ୍ତିମ ୭ଟି ବାକ୍ୟକୁ ବ୍ୟାଖ୍ୟା କରାଯାଇଥାଏ | ଏହି ୭ ବାକ୍ୟ କ୍ଷମା, ମିଳାମିଶା, ସହାୟତା ଓ ତ୍ୟାଗ ଉପରେ ଆଧାରିତ | କିଛି ଜାଗାରେ ଲୋକେ କଳା କପଡା ପିନ୍ଧି ଯୀଶୁଙ୍କ ବଳିଦାନ ଦିବସର ଶୋକ ବ୍ୟକ୍ତ କରିଥାନ୍ତି | ଏହି ଦିନ ଚର୍ଚ୍ଚରେ କାଠର କବାଟରେ ଖଟ କରାଯାଇଥାଏ | ପ୍ରଭୁଙ୍କ ପ୍ରତୀକ କ୍ରସକୁ ଚୁମ୍ବନ କରି ମଥାରେ ଲଗାଇ ଲୋକେ ପ୍ରଭୁଙ୍କୁ ସ୍ମରଣ କରିଥାନ୍ତି | ଏହିଦିନ ଖ୍ରୀଷ୍ଟିଆନ ଧର୍ମାବଲାମୀ ଚର୍ଚ୍ଚ ଓ ସାମାଜିକ କାର୍ଯ୍ୟ ପାଇଁ ଚାନ୍ଦା କିମ୍ବା ଦାନ କରିଥାନ୍ତି |

ଖ୍ରୀଷ୍ଟିଆନ ଧର୍ମର ଲୋକେ ବିଶ୍ୱାସ କରନ୍ତି ଯେ, ଗୁଡ଼ ଫ୍ରାଇଡେର ତୃତୀୟ ଦିନରେ ଅର୍ଥାତ ରବିବାର ଦିନ ପ୍ରଭୁ ଯୀଶୁ ପୁଣି ଜୀବିତ ହୋଇଯାଇଥିଲେ | ଏହି ଦିନକୁ ଇଷ୍ଟର ସନଡେ କୁହାଯାଏ | ପ୍ରଭୁ ନିଜ ଶିଷ୍ୟମାନଙ୍କ ପାଇଁ ଫେରି ଆସିଥିଲେ ଏବଂ ୪୦ ଦିନ ପର୍ଯ୍ୟନ୍ତ ନିଜ ଶିଷ୍ୟମାନଙ୍କ ସହିତ ରହି ତାଙ୍କୁ ଉପଦେଶ ଦେଉଥିଲେ ବୋଲି ମଧ୍ୟ ବିଶ୍ୱାସ ରହିଛି | ପ୍ରଭୁଙ୍କ ଆଗମନ ଅପେକ୍ଷାରେ ଶନିବାର ଠାରୁ ପ୍ରାର୍ଥନା ସଭା ଆରମ୍ଭ ହୋଇଯାଏ | ଇଷ୍ଟରଙ୍କ ଆରାଧନା ସକାଳୁ ମହିଳାମାନେ କରିଥାନ୍ତି | ଏହାକୁ ସନରାଇଜ ସର୍ଭିସ ବା ସୂର୍ଯ୍ୟୋଦୟ ସେବା ବୋଲି କୁହାଯାଏ |

   Related Posts