ନୂଆଦିଲ୍ଲୀ ୨୦।୫: ଭାରତ ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ଏକ ଦେଶ। କେବେ ଗ୍ରୀଷ୍ମରେ ଅତ୍ୟାଧିକ ଗ୍ରୀଷ୍ମପ୍ରବାହ ତ ଶୀତରେ ଭୀଷଣ ଶୀତ ଲହର ଆଉ କେବେ ଭୂମିକମ୍ପ। ତେବେ ଦେଶର ପୂର୍ବ, ଦକ୍ଷିଣ ଓ ପଶ୍ଚିମ ଉପକୂଳ ଲଗାତାର ସମୁଦ୍ରିକ ବାତ୍ୟାରେ ପ୍ରଭାବିତ ହେଉଛି। ନିକଟରେ ଆରବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ତୌତେ’ ସମଗ୍ର ପଶ୍ଚିମ ଉପକୂଳରେ ଭୀଷଣ ବିତ୍ପାତ ରଚିଛି। ଏଥିରେ ଧନଜୀବନ ହାନୀ ମଧ୍ୟ ହୋଇଛି। ତେବେ ପଶ୍ଚିମ ଉପକୂଳ ଅପେକ୍ଷ ପୂର୍ବପୋକୂଳ ବଙ୍ଗୋପସାଗରରେ ସବୁଠୁ ଅଧିକ ସାମୁଦ୍ରିକ ବାତ୍ୟା ପ୍ରଭାବିତ। ପ୍ରତିବର୍ଷ ସାମୁଦ୍ରିକ ବାତ୍ୟା ଯୋଗୁ ବ୍ୟାପକ ଧନ ଜୀବନ ସହ ଫସଲ ହାନୀ ମଧ୍ୟ ହେଉଛି। ଏଥିରେ ତୌତେ ଯିବାର ସପ୍ତାହଟେ ବି ପୂରଣ ହୋଇନି, ବଙ୍ଗୋପସାଗରରେ ଏକ ବାତ୍ୟା ଦାନା ବାନ୍ଧୁଛି। ତେବେ ଆସନ୍ତୁ ଜାଣିବା ବଙ୍ଗୋପସାଗରରେ କାହିଁକି ଆସୁଛି ଏତେ ବାତ୍ୟା ।
ଭାରତ ଉପକୂଳରେ ୧୨୦ ବର୍ଷରେ ପ୍ରବାହିତ ହୋଇଥିବା ସାମୁଦ୍ରିକ ବାତ୍ୟାରୁ ୧୪ ପ୍ରତିଶତ ଆରବ ସାଗରରେ ସୃଷ୍ଟି ହୋଇଥିବା ବେଳେ ଏଥିରୁ ୨୩ଟି ଘୂର୍ଣ୍ଣିବାତ୍ୟା ଭୟଙ୍କର ରୂପ ନେଇଥିବାର ରେକର୍ଡ ରହିଛି। ସେହି ଅନୁସାରେ ଦେଖିଲେ ପୂର୍ବପୋକୂଳ ବଙ୍ଗୋପସାଗରରେ ୮୬ ପ୍ରତିଶତ ସାମୁଦ୍ରିକ ବାତ୍ୟା ଆସିଥିବା ବେଳେ ୭୭ପ୍ରତିଶତ ଭୟାନକ ହୋଇଛି। ତେବେ ବେଙ୍ଗୋପ ସାଗରରେ ବାତ୍ୟା ଲାଗି ଯାହା ମୁଖ୍ୟ କାରଣ ତାହା ହେଉଛି ପଶ୍ଚିମରେ ଆରବ ସାଗର ଓ ଦକ୍ଷିଣରେ ଭାରତ ମହାସାଗର ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ଥଣ୍ଡା ମହାସାଗର ଯୋଗୁ ଗରମ ଉପସାଗରରେ ବାରମ୍ବାର ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେବା ପ୍ରାକୃତିକ ବିପର୍ଯ୍ୟୟର ସବୁଠୁ ବଡ଼ କାରଣ।
{"id":454952,"sizeSlug":"large","linkDestination":"none"}ସେହିପରି ଦେଶର ପଶ୍ଚିମ ଉପକୂଳ ଅପେକ୍ଷା ପୂର୍ବପୋକୂଳ ଅଧିକ ସମତଳ। ଏଣୁ କୂଳକୁ ଆସୁଥିବା ବାତ୍ୟାର ପଥ ବଦଳିପାରୁନି। ସେପଟେ ପଶ୍ଚିମ ଉପକୂଳରେ ଆସୁଥିବା ବାତ୍ୟାର ପ୍ରାୟତଃ ଦିଗ ବଦଳି ଯାଇଥାଏ। ତେବେ କେବଳ ଆରବ ସାଗର ନୁହେଁ ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବାତ୍ୟା ମଧ୍ୟ ଚୀନ ସାଗର ରାସ୍ତାରେ କେବେ କେବେ ବଙ୍ଗୋପସାଗରକୁ ଚାଲିଆସିଥାଏ। ଏଣୁ ବଙ୍ଗୋପସାଗରର ପ୍ରାୟତଃ ଚାପରେ ରହିଥାଏ ସାଙ୍ଗକୁ ଏଠାରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବାତ୍ୟା ଅଧିତ ଶକ୍ତିଶାଳୀ ମଧ୍ୟ ହେଉଛି।
ଭାରତରେ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ସମୟ ସାମୁଦ୍ରିକ ବାତ୍ୟାର ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ତେବେ ବର୍ଷସାରା ଦେଶରେ ଯେତେ ସାମୁଦ୍ରିକ ବାତ୍ୟା ସୃଷ୍ଟି ହୁଏ ସେଥିରୁ ୬୫ ପ୍ରତିଶତ ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ହୋଇଥାଏ। ଏଥିରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଗାଙ୍ଗେୟ ସମତଳ ଦେଇ ପଶ୍ଚିମକୁ ପ୍ରବାହିତ ହୁଏ। ଏଥିଲାଗି ପ୍ରାୟତଃ ଉତ୍ତର ଭାରତରେ ବର୍ଷା ହୋଇଥାଏ।
{"id":454953,"width":837,"height":695,"sizeSlug":"large","linkDestination":"none"}ତେବେ ଗୁଜରାଟ ଇନିଷ୍ଟିଚ୍ୟୁଟ୍ ଅଫ ଡେଭଲପମେଣ୍ଟ ରିସର୍ଚ୍ଚ( ଜିଆଇଡିଆର)ଙ୍କ ଆସେସମେଣ୍ଟ ଅଫ ଭଲନରେବିଲିଟି ଟୁ ସାଇକ୍ଲୋନ ଏଣ୍ଡ ଫ୍ଲଡସ୍ ଏକ ପୁରୁଣା ରିପୋର୍ଟ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ମଧ୍ୟରୁ ୪୮ ପ୍ରତିଶତ ଓଡ଼ିଶା ଉପକୂଳକୁ ମୁହାଁଇଥାଏ। ବାକି ୨୨ ପ୍ରତିଶତ ପଡୋଶୀ ଆନ୍ଧ୍ରଉପକୂଳରେ ପହଞ୍ଚୁଥିବା ବେଳେ ପଶ୍ଚିମବଙ୍ଗ ଉପକୂଳକୁ ୧୮.୫ ଓ ତାମିଲନାଡୁ ଉକୂଳକୁ ୧୧.୫ ପ୍ରତିଶତ ବାତ୍ୟା ମୁହାଁଇଥାଏ। ତେବେ ପଶ୍ଚିମ ଉପକୂଳକୁ ଯାଉଥିବା ବାତ୍ୟା ପୂର୍ବୋପକୂଳ ତୁଳନାରେ ୮ ଗୁଣା କମ୍। ନ୍ୟାସନାଲ ସାଇକ୍ଲୋନ ରିସ୍କ ମିଟିଗେସନ ପ୍ରୋଜେକ୍ଟ ଅନୁସାରେ ୧୮୯୧ରୁ ୨୦୦୦ ମସିହା ମଧ୍ୟରେ ଭାରତର ପୂର୍ବୋପକୂଳକୁ ମୋଟ ୩୦୮ଟି ବାତ୍ୟା ଆସିଛି। ଏହି ସମୟରେ ପଶ୍ଚିମ ଉପକୂଳକୁ ମାତ୍ର ୪୮ଟି ବାତ୍ୟା ଛୁଇଁଛି।