ପୂଜା ଛୁଟି ଯୋଗୁଁ ଭିଡକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁ କେଉଁ ଟ୍ରେନ୍
5/10/2019 at 9:50 AM

ଭୁବନେଶ୍ବର ୫।୧୦: ପୂଜା ଛୁଟି ସମୟରେ ପୂର୍ବତଟ ରେଳପଥ ଓ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ଏଥିସହ ନିୟମିତ ଟ୍ରେନଗୁଡିକରେ ମଧ୍ୟ ଅତିରିକ୍ତ ବଗି ସଂଯୋଗ ହେଉଛି। ଅଧିକ ବର୍ଥ ଯୋଗୁଁ ଯାତ୍ରୀମାନଙ୍କୁ ସୁବିଧା ମିଳି ପାରିବ।
ଏହି ଟ୍ରେନ୍ ଗୁଡିକ ହେଲା ପୁରୀ-ସନ୍ତ୍ରାଗାଛି ହାୱଡ଼ା-ପୁରୀ, ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି, ଶାଲିମର-ପୁରୀ-ସନ୍ତ୍ରାଗାଛି, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ସାପ୍ତାହିକ, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ଦ୍ବିସାପ୍ତାହିକ, ସମ୍ବଲପୁର-ବନସୱାଡି-ସମ୍ବଲପୁର, ସିଆଲଦା-ପୁରୀ-ସିଆଲଦା, ହବିବଗଞ୍ଜ-ପୁରୀ-ହବିବଗଞ୍ଜ ଭୋପାଳ, ଭଞ୍ଜପୁର-ପୁରୀ-ଭଞ୍ଜପୁର, ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ, କଚେଗୁଡ଼ା-ଟାଟା-କଚେଗୁଡ଼ା ସିକନ୍ଦରାବାଦ, ଚେନ୍ନାଇ-ଗୌହାଟି-ଚେନ୍ନାଇ, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ, ବିଶାଖାପାଟଣା-ଆରକୁ-ବିଶାଖାପାଟଣା, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ଓ କଚେଗୁଡ଼ା-ଶ୍ରୀକାକୁଲମ-କଚେଗୁଡା ସ୍ବତନ୍ତ୍ର ଟ୍ରେନ।
ଏହାସହ ମାତ୍ରାଧିକ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ନିୟମିତ ଚଳାଚଳ କରୁଥିବା ୪୦ଟି ଗୁରୁତ୍ବପୂର୍ଣ୍ଣ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ ହୋଇଛି । ଏହି ଟ୍ରେନଗୁଡିକ ହେଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ହାୱଡା ଯାଉଥିବା ଧଉଳି ଓ ଜନଶତାବ୍ଦୀ ଏକ୍ସପ୍ରେସ, ଭୁବନେଶ୍ବର-ପୁଡୁଚେରୀ, ବୋକାରୋକୁ ଯାଉଥିବା ଗରିବ ରଥ ଏକ୍ସପ୍ରେସ, ପୁରୀ-ହରିଦ୍ବାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ଦୁର୍ଗ, ପୁରୀ-ହାତୀଆ ତପସ୍ବନୀ, ପାଟନାକୁ ଯାଉଥିବା ବୈଦ୍ୟନାଥଧାମ ଏକ୍ସପ୍ରେସ, ପୁରୀ-ହାୱଡା ଓ ସମ୍ବଲପୁର-ହାୱଡା ଏକ୍ସପ୍ରେସ ଇତ୍ୟାଦି ।
ସେହିପରି ବିଶାଖାପାଟଣାରୁ ଛାଡୁଥିବା ଏଲଟିଟି ଏକ୍ସପ୍ରେସ, ଏପି ଏକ୍ସପ୍ରେସ, କୋଲ୍ଲମ ଏକ୍ସପ୍ରେସ, ଗାନ୍ଧୀଧାମ ଏକ୍ସପ୍ରେସ ଓ ସାଇନଗର ସିରିଡ଼ି ଏକ୍ସପ୍ରେସରେ ଅତିରିକ୍ତ ବଗି ସଂଯୋଗ କରାଯାଇ ଅଧିକ ବର୍ଥ ସୃଷ୍ଟି କରାଯାଇଛି।