ପୂର୍ବତଟ ରେଳପଥରୁ ହଟିଲା ପୁରୁଣା ସିଗନାଲ ବ୍ୟବସ୍ଥା,ଆରମ୍ଭ ହେଲା ନୂତନ ରଙ୍ଗୀନ ଆଲୋକ ସିଗନାଲ

Published By : Prameya-News7 Bureau | February 01, 2019 IST

ପୂର୍ବତଟ ରେଳପଥରୁ ହଟିଲା ପୁରୁଣା ସିଗ୍‌ନାଲ ବ୍ୟବସ୍ଥା । ଟିଟିଲାଗଡ଼-ରାଇପୁର ରେଳ ସେକ୍ସନରେ ଟିଟିଲାଗଡ଼ ଠାରୁ ୫୦କିଲୋମିଟର ଦୂରରେ ଥିବା ତୁରେଇକେଲା ରୋଡ଼ ଷ୍ଟେସନରେ ଥିବା ହାତ ଭଳି ଦୃଶ୍ୟମାନ ହେଉଥିବା ଶେଷ ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରାଯାଇଛି । ଏହାର ସ୍ଥାନ ନେଇଛି ନୂତନ ରଙ୍ଗୀନ ଆଲୋକ ସିଗ୍‌ନାଲ ବ୍ୟବସ୍ଥା ।

{"id":80731}

….

ଟ୍ରେନ୍‌ରେ ଗଲା ବେଳେ ନିଶ୍ଚିତ ଭାବେ ରେଲଓ୍ବେ ଟ୍ରାକ୍‌ କଡ଼ରେ ଥିବା ସିଗ୍‌ନାଲ ବ୍ୟବସ୍ଥା ଉପରେ ଆପଣଙ୍କ ନଜର ପଡ଼ିଥିବ । ହାତ ଭଳି ଦୃଶ୍ୟମାନ ହେଉଥିବା ସିଗ୍‌ନାଲ ପଡ଼ିବା ଉଠିବା ବି ଦେଖିଥିବେ । ହେଲେ ଇଷ୍ଟକୋଷ୍ଟ ରେଲଓ୍ବେରେ ଆଉ ଏହି ବ୍ୟବସ୍ଥା ଦେଖିବାକୁ ମିଳିବ ନାହିଁ । ସେମାଫୋର୍‌ ସିଗ୍‌ନାଲ ସିଷ୍ଟମ କୁହାଯାଉଥିବା ଏହି ବ୍ୟବସ୍ଥା ଏବେ ଇତିହାସ ହୋଇଯାଇଛି । ତା’ର ସ୍ଥାନ ନେଇଛି ନୂଆ ରଙ୍ଗୀନ ଆଲୋକ ସିଗ୍‌ନାଲ ବ୍ୟବସ୍ଥା । ଗୁରୁବାର ଟିଟିଲାଗଡ଼-ରାଇପୁର ରେଳ ସେକ୍ସନରେ ଟିଟିଲାଗଡ଼ ଠାରୁ ୫୦କିଲୋମିଟର ଦୂରରେ ଥିବା ତୁରେଇକେଲା ରୋଡ଼ ଷ୍ଟେସନରେ ଥିବା ହାତ ଭଳି ଦୃଶ୍ୟମାନ ହେଉଥିବା ଶେଷ ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରାଯାଇଛି ।

{"id":80732}

ବିଗତ ଏକବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ୮ଟି ଷ୍ଟେସନରୁ ପୂର୍ବପ୍ରଚଳିତ ସେମାଫୋର୍‌ ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରିାପରିଛି । ସେଗୁଡ଼ିକ ହେଲେ ଲଖନା, ଖରିଆର ରୋଡ଼, ନୂଆପଡ଼ା ରୋଡ଼, ଭୀବଖୋଜ, ବାଗବାହାରା, କୋମାଖାନ, ହରିଶଙ୍କର ରୋଡ଼, ଆଉ ଏବେ ତୁରେଇକେଲା ରୋଡ଼ । ପୂର୍ବ ପ୍ରଚଳିତ ସେମାଫୋର ସିଗନାଲ ବ୍ୟବସ୍ଥା ପରିବତ୍ତେର୍ର୍ ବହୁମୁଖୀ ରଙ୍ଗୀନ ଆଲୋକ ସାଂକେତିକ ବ୍ୟବସ୍ଥା ଉଚ୍ଚକୋଟୀର ଏବଂ ଏହା ଟ୍ରେନ୍‌ ଚାଳକଙ୍କୁ ବହୁ ବ୍ୟବଧାନରୁ ଦୃଶ୍ୟମାନ ହେଉଥିବାରୁ ନିରାପତ୍ତା ସହ ଟ୍ରେନ୍‌ ପରିଚାଳନା କ୍ଷେତ୍ରରେ ସହାଜସାଧ୍ୟ ହୋଇଥାଏ । 

{"id":80733}

ଏହାଛଡ଼ା ବିଦ୍ୟୁତ୍‌ ସର୍କିଟ୍‌ ଯୋଗୁଁ ବିଫଳତା ପ୍ରତି ନଜର ଦେବା ସହିତ ଇଣ୍ଟରଲକିଂ ଏବଂ ନିରାପତ୍ତା ସମ୍ବନ୍ଧୀୟ ଅନ୍ୟାନ୍ୟ ତ୍ରୁଟି ବିଷୟରେ ଅବଗତ କରାଯାଇଥାଏ । ଯାହାକି ପୂର୍ବ ସଂକେତ ଠାରୁ ଅନେକ ଉନ୍ନତ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.