ସମ୍ଭାବ୍ୟ ବାତ୍ୟା ‘ଫନି’ ପାଇଁ ୭୪ଟି ଟ୍ରେନ୍ ବାତିଲ

Published By : Prameya-News7 Bureau | May 01, 2019 IST

ଭୁବନେଶ୍ବର ୧|୫: ସମ୍ଭାବ୍ୟ ବାତ୍ୟା ‘ଫନି’ ପାଇଁ ୭୪ଟି ଟ୍ରେନ୍ ବାତିଲ ହୋଇଛି । ପୁରୀ-ହାଓ୍ବାଡା ଓ ଭାଇଜାଗ୍-ଭଦ୍ରକ ରୁଟ୍ ରେ ଟ୍ରେନ୍ ବାତିଲ ହୋଇଛି । ଏହି ରୁଟ୍ ରେ ଆସନ୍ତାକାଲି ସନ୍ଧ୍ୟାରୁ ୩ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି । ଆଜି ସନ୍ଧ୍ୟାରେ ଏ ନେଇ ସବିଶେଷ ବିବରଣୀ ପ୍ରଦାନ କରିବ ପୂର୍ବତଟ ରେଳପଥ । ଯାତ୍ରୀମାନଙ୍କୁ ଏଥି ଅନୁସାରେ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ ଏ ନେଇ ମଧ୍ୟ ସୂଚନା ଦିଆଯାଇଥିଲା । ପୁରୀ-ହାଓ୍ବାଡା ଓ ଭାଇଜାଗ୍-ଭଦ୍ରକ ରୁଟ୍ ରେ ୭୪ଟି ଟ୍ରେନ୍ କୁ ବାତିଲ କରିଦିଆଯାଇଛି । ୪ତାରିଖ ଦିନ ପରିସ୍ଥିତି ଦେଖି କେଉଁ ଟ୍ରେନ୍ ଚଳାଚଳ କରିବ କେଉଁ ଟ୍ରେନ୍ ଚଳାଚଳ କରିବନାହିଁ ତାହାର ନିଷ୍ପତ୍ତି ନିଆଯିବ ।

ଆସନ୍ତା ୩ତାରିଖରେ ଫନି ଲ୍ୟାଣ୍ଡଫଲ୍ କରିବାର ସୂଚନା ଥିବାରୁ ୩ତାରିଖ ଆଦୌ ଟ୍ରେନ୍ ଚଳାଚଳ କରିବନାହିଁ । ଆସନ୍ତାକାଲି ଦିନ ବେଳେ ଟ୍ରେନ୍ ଚଳାଚଳ କରିବ ମାତ୍ର ସନ୍ଧ୍ୟାରୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.