Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଲକଡାଉନରେ ଟ୍ରିପଲ୍ ମର୍ଡ଼ର : ଘରଠୁ ୩କିଲୋମିଟର ଦୂର ମକା କ୍ଷେତରେ ମିଳିଲା ସ୍ବାମୀ,ସ୍ତ୍ରୀଙ୍କ ଶବ

22/04/2020 at 10:35 AM

ମୋତିହାରୀ ୨୨/୪: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରେ ଏକ ବଡ଼ ଖବର ସାମନାକୁ ଆସିଛି। ଏଠାକାର ହରସିଦ୍ଧି ଥାନା ଅଞ୍ଚଳର ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କ ହତ୍ୟା କରି ଦିଆଯାଇଛି। ଏହି ଘଟଣାରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ଏହା ସହିତ ମାମଲାର ଯାଞ୍ଚ ମଧ୍ୟ ଆରମ୍ଭ କରି ଦିଆଯାଇଛି।

ପୋଲିସର କହିବା ଅନୁସାରେ,ହରସିଦ୍ଧି ଥାନା ଅଞ୍ଚଳର ପକଡ଼ିଆ ପଞ୍ଚାୟତର ଓ୍ବାର୍ଡ଼ ସଂଖ୍ୟା ୧୫ସ୍ଥିତ ଚନ୍ଦ୍ର କିଶୋର ରାୟଙ୍କ ଘରେ ଶୁକ୍ରବାର ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ୍ ଚନ୍ଦ୍ର କିଶୋର ରାୟଙ୍କ ଘରୁ ତାଙ୍କର ନିଖୋଜ ପୁଅ ରବି କୁମାର ଓରଫ ମୁନ୍ନା ରାୟ(୨୧) ଏବଂ ବୋହୂ ପୂଜା ରାୟ(୨୦)ଙ୍କ ଶବ ଶନିବାର ତାଙ୍କ ଘରଠୁ ୩କିଲୋମିଟର ଦୂର ମକା କ୍ଷେତରୁ ଜବତ କରିଛି। ସମ୍ପତ୍ତି ବିବାଦକୁ ନେଇ ରାୟ ଏବଂ ତାଙ୍କ ପୁଅ,ବୋହୂଙ୍କ ହତ୍ୟା କରାଯିବାର ଆଶଙ୍କା ରହିଛି।

ବିହାରରେ ଲକଡାଉନରେ ଅପରାଧୀମାନେ ଆହୁରି ଉତ୍ପାତ ମଚାଇଛନ୍ତି। ଶୁକ୍ରବାର ଅପରାଧୀମାନେ ସମସ୍ତିପୁରରେ ଏକ ଫଳ ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା କରିଦେଇଥିଲେ। ଏହି ଘଟଣା ସମସ୍ତିପୁରର ମଫସଲ ଥାନାର ଶମ୍ଭୁପଟ୍ଟିର। କୁହାଯାଉଥିଲା ଯେ ଶୁକ୍ରବାର ରାତିରେ ବାଇକରେ ୩ଅପରାଧିମାନେ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ମୃତକଙ୍କ ପରିଚୟ ୭୦ବର୍ଷ ବୟସ୍କ ରାମପ୍ରିତ ସହନି ବୋଲି ଜଣାପଡ଼ିଥିଲା। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା।

   Related Posts