କ୍ଷୀରରେ କେତେ ପାଣି ମିଶିଛି ଜାଣିବାକୁ ଚାହାନ୍ତି କି? କରନ୍ତୁ ଏହି ଉପାୟ
14/10/2019 at 12:37 PM

ପ୍ରତିଦିନ କ୍ଷୀର ପିଇବା ଭଲ ଅଭ୍ୟାସ ବୋଲି କୁହାଯାଏ। କାରଣ କ୍ଷୀରରେ ବହୁ ପୁଷ୍ଟିକର ତତ୍ତ୍ବ ଥାଏ। ସାଧାରଣତଃ ପ୍ରତ୍ୟେକ ଘରେ କ୍ଷୀରର ବ୍ୟବହାର କରାଯାଏ।ପ୍ରତିଦିନ କ୍ଷୀର ପିଇଲେ ଶରୀରର ହାଡ ମଜବୁତ ରହେ। ଏହା ସହଶରୀରକୁ ସଠିକ୍ ମାତ୍ରାର କ୍ୟାଲସିଅମ୍ ମିଳିଥାଏ।
ଆଜିକାଲି କ୍ଷୀରକୁ ମୋଟା କରିବା ପାଇଁ ଅପମିଶ୍ରଣ କରାଯାଉଛି । ଏହା ସହ କ୍ଷୀରରେ ପାଣି ମଧ୍ୟ ମିଶାଯାଉଛି।କେବଳ ସେତିକି ନୁହେଁ ଏପରିକି କ୍ଷୀରର ପରିମାଣ ବୃଦ୍ଧି କରିବା ପାଇଁ ଏଥିରେ ଅନେକ ଖରାପ ପଦାର୍ଥ ମିଶା ଯାଉଛି। ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।ଏହା ଦ୍ବାରା ଶରୀରକୁ କ୍ଷୀରର ପ୍ରୋଟିନ ମିଳିପାରେ ନାହିଁ।ତେଣୁ କ୍ଷୀର ପିଇବାର କୌଣସି ମୂଲ୍ୟ ରହେ ନାହିଁ। ଫଳରେ ଶରୀର ଦୁର୍ବଳ ହୋଇଥାଏ ।

କ୍ଷୀରରେ ପାଣି ମିଶାଯାଇଛି କି ନାହିଁ ତାହା ଜାଣିବା ପାଇଁ ଏକ ସୁବିଧା ଉପାୟ ରହିଛି।ପ୍ରଥମେ କ୍ଷୀରର ୩ ରୁ ୪ ବୁନ୍ଦା ନେଇ ଏକ ପାତ୍ରରେ ରଖିବା ଉଚିତ୍। ତାପରେ ପାତ୍ରଟିକୁ ଟିକେ ବଙ୍କା କରିବା ଉଚିତ୍। ଯଦି କ୍ଷୀରର ବୁନ୍ଦା ଶୀଘ୍ର ବାହାରିଯାଏ ତାହେଲେ ଜାଣିବେ ଯେ, ଏଥିରେ ପାଣି ମିଶା ଯାଇଛି।କିନ୍ତୁ ଯଦି କ୍ଷୀର ଧୀରେ ଧୀରେ ପାତ୍ରରୁ ଧାଡି ହୋଇ ବାହାରେ ତାହେଲେ କ୍ଷୀରରେ କିଛି ମିଶାଯାଇନାହିଁ ବୋଲି ଜାଣିହେବ ।
ଅସଲି କ୍ଷୀର ହାତରେ ଲାଗିଲେ ତେଲିଆ ଲାଗେ ଯାହା ଖୁବ ଚିକ୍କଣ ହୋଇଥାଏ।କାରଣ କ୍ଷୀରରେ ଅନେକ ତତ୍ତ୍ବ ରହିଛି। ଏହାର ମାତ୍ରା ମୋଟା ଥାଏ। କିନ୍ତୁ ପାଣି ମିଶା କ୍ଷୀର ପତଳା ଥାଏ ଯାହା ଶୀଘ୍ର ହାତରୁ ଛାଡିଯାଏ।ଏହି ଉପାୟ ଦ୍ବାରା ଜଣା ପଡିଯିବ ଯେ, କ୍ଷୀରରେ ପାଣି ମିଶାଯାଇଛି କି ନାହିଁ।