Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ପ୍ରକାଶ ପାଇଲା ଇଜ ଅଫ ଡୁଇଙ୍ଗି ବିଜିନେସ ରାଙ୍କିଙ୍ଗ ; ତାଲିକାର ୧୪ତମ ସ୍ଥାନରେ ଓଡିଶା

11/07/2018 at 5:44 AM

କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ସରଳୀକୃତ ବ୍ୟବସାୟିକ ବ୍ୟବସ୍ଥା ଇଜ ଅଫ ଡୁଇଙ୍ଗି ବିଜିନେସ ରାଙ୍କିଙ୍ଗ। ବିଶ୍ବ ବ୍ୟାଙ୍କ ଏବଂ ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ ଡିଆଇପିପି ପକ୍ଷରୁ ପ୍ରକାଶିତ ତାଲିକାରେ ରାଜ୍ୟମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶ ଶୀର୍,ରେ ରହିଛି। ଏହି ତାଲିକାରେ ଓଡିଶା ୧୪ତମ ସ୍ଥାନରେ ରହିଛି।ରାଙ୍କିଙ୍ଗରେ ତେଲେଙ୍ଗାନା ଦ୍ବିତୀୟ ଏବଂ ହରିୟାଣା ଚତୁର୍ଥ ସ୍ଥାନରେ ରହିଛି । ଟିକସ ପଇଠ କ୍ଷେତ୍ରରେ ଓଡିଶା ସର୍ବାଗ୍ରେ ରହିଛି। ଆଚିଭର୍ସ କ୍ୟାଟାଗୋରିରେ ଓଡିଶା ପଶ୍ଚିମବଙ୍ଗ,ଉତ୍ତରାଖଣ୍ଡ,ଉତ୍ତରପ୍ରଦେଶ,ମହାରାଷ୍ଟ୍ର ଏବଂ ତାମିଲନାଡୁ ଭଳି ରାଜ୍ୟ ସହିତ ସ୍ଥାନ ପାଇଛି। ତାଲିକା ଅନୁଯାୟୀ ସମ୍ପତ୍ତି ପଞ୍ଜୀକରଣରେ ଛତିଶଗଡ ପ୍ରଥମ ରହିଥିବାବେଳେ ନିର୍ମାଣ ଅନୁମତିରେ ରାଜସ୍ଥାନ ପ୍ରଥମ ରହିଛି। ସେହିପରି ଶ୍ରମ ଆଇନ ଲାଗୁରେ ପଶ୍ଚିମବଙ୍ଗ ପ୍ରଥମ ସ୍ଥାନରେ ରହିଥିବାବେଳେ ପରିବେଶ ପଞ୍ଜୀକରଣରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଛି। ଜମି ଆବଣ୍ଟନରେ ଉତ୍ତରାଖଣ୍ଡ ଶୀର୍ଷରେ ରହିଛି।

   Related Posts