Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଇଜି ଇଫ ଡୁଇଂ ବିଜନେସ୍ ରାଙ୍ଗିଙ୍ଗ୍ ଜାରି: ଶୀର୍ଷରେ ଆନ୍ଧ୍ର ପ୍ରଦେଶ, ଜାଣନ୍ତୁ କାରବାର ମାମଲାରେ କେଉଁ ରାଜ୍ୟ କେଉଁ ସ୍ଥାନରେ ଅଛନ୍ତି

5/09/2020 at 4:38 PM

ନୂଆଦିଲ୍ଲୀ ୦୫।୦୯: ଶନିବାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କାରବାର ସୁଗମତା ବା ଇଜି ଅଫ ଡୁଇଙ୍ଗ ବିଜନେସ୍‌ ରାଙ୍କିଙ୍ଗ୍  ଜାରି କରାଯାଇଛି। ଷ୍ଟେଟ୍ ବିଜନେସ୍‌ ରିଫର୍ମ ଆକ୍ସନ ପ୍ଲାନ ୨୦୧୯କୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜାରି କରିଛନ୍ତି। କାରବାର ସୁଗମତାରେ ଆନ୍ଧ୍ର ପ୍ରଦେଶ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ ଏବଂ ତୃତୀୟରେ ତେଲେଙ୍ଗାନା ରହିଛି। ଏହି ରାଙ୍କିଙ୍ଗ‌ରେ ହିମାଚଳ ପ୍ରଦେଶ ୧୦ଟି ସ୍ଥାନ ଉପରକୁ  ଉଠିଛି। ୨୦୧୭ରେ ହିମାଚଳ ୧୭ତମ ସ୍ଥାନରେ ରହିଥିଲା। ୨୦୧୯ ରାଙ୍କିଙ୍ଗରେ ହିମାଚଳ ସପ୍ତମ ସ୍ଥାନକୁ ଉଠିଛି। ଉତ୍ତରାଖଣ୍ଡ ୧୨ଟି ସ୍ଥାନ ଉପରକୁ ଉଠି ୨୩ତମ ସ୍ଥାନରୁ ୧୧ତମ ସ୍ଥାନରେ ପହଞ୍ଚି ଯାଇଛି। ଲାକ୍ଷାଦ୍ଵୀପ ୧୮ଟି ସ୍ଥାନ ଉନ୍ନତି କରି ୩୩ତମରୁ ୧୫ ତମ ସ୍ଥାନ, ଡାମନ ଓ ଡିଉ ୧୮ତମ ସ୍ଥାନରେ ରହିଛି।

ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବ୍ୟାପାର ସମ୍ଵର୍ଦ୍ଧନ ବିଭାଗ(DPIIT) ଦ୍ଵାରା ପ୍ରସ୍ତୁତ କାରବାର ସୁଗମତା ତାଲିକାରେରେ ଉତ୍ତର ପ୍ରଦେଶ ଓ ତେଲେଙ୍ଗାନା ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ରିପୋର୍ଟ ଜାରି କରି ଅର୍ଥ ମନ୍ତ୍ରୀ ସୀତାରମଣ କହିଛନ୍ତି ରାଙ୍କିଙ୍ଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କାରବାର କରିବାରେ ପ୍ରତିଯୋଗିତାମୂଳକ ଭାବନା ଉତ୍ପନ କରିଥାଏ। ରାଙ୍କିଙ୍ଗର ମାପଦଣ୍ଡରେ ନିର୍ମାଣ ପରମିଟ୍, ଶ୍ରମ ବିନିଯୋଗ, ପରିବେଶ ପଞ୍ଜୀକରଣ, ସୂଚନା ଆଦାନ ପ୍ରଦାନ, ଜମି ବଣ୍ଟନ ଓ ସିଙ୍ଗିଲ ଓ୍ଵିଣ୍ଡୋ ପ୍ରଣାଳୀ ପରି କ୍ଷେତ୍ରକୁ ସାମିଲ କରାଯାଏ। ଏହି ସବୁ ଆଧାରରେ ରାଜ୍ୟଗୁଡିକୁ ରାଙ୍କିଙ୍ଗ ଦିଆଯାଇଛି। ଏହି ଅବସରରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୂଷ ଗୋଏଲ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

କାରବାର ସୁଗମତା ମାମଲାରେ ମଧ୍ୟପ୍ରଦେଶ ଚତୁର୍ଥ, ଝାଡଖଣ୍ଡ ପଞ୍ଚମ, ଛତିଶଗଡ ଷଷ୍ଠ, ହିମାଚଳ ପ୍ରଦେଶ ସପ୍ତମ ଓ ରାଜସ୍ଥାନ ଅଷ୍ଟମ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ପଶ୍ଚିମବଙ୍ଗ ଏଥର ଶୀର୍ଷ ୧୦ରେ ସାମିଲ ହୋଇ ନବମ ସ୍ଥାନରେ ରହିଛି।  ଅପରପକ୍ଷେ ଇଜି ଅଫ ଡୁଇଙ୍ଗ ବିଜନେସ୍‌ ମାମଲାରେ ଗୁଜରାଟ ୧୦ମ ସ୍ଥାନରେ ରହିଛି। ଗତ ବର୍ଷ ତୃତୀୟ ସ୍ଥାନରେ ଥିବା ହରିୟାଣା ଚଳିତ ଥର ଶୀର୍ଷ ୧୦ରୁ ବାଦ୍ ପଡିଛି।

ଏହି ପୂରା ପ୍ରକ୍ରିୟାର ଉଦ୍ଦେଶ୍ୟ ରାଜ୍ୟଗୁଡିକ ମଧ୍ୟରେ କାରବାରରେ ପ୍ରତିଯୋଗିତା ବଢାଇବା ଏବଂ ଘରୋଇ ତଥା  ବୈଶ୍ଵିକ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ କାରବାର ମାହୋଲରେ ସୁଧାର ଆଣିବା। କାରବାର ସୁଧାର କାର୍ଯ୍ୟକ୍ରମ ଯୋଜନା ଆଧାରରେ ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ(DPIIT) ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରାଙ୍କିଙ୍ଗ ପ୍ରସ୍ତୁତ କରିଥାଏ। ଗତ ରାଙ୍କିଙ୍ଗ ୨୦୧୮ ଜୁଲାଇରେ ଜାରି ହୋଇଥିଲା। ପୂର୍ବ ଥର ମଧ୍ୟ ଆନ୍ଧ୍ର ପ୍ରଦେଶ ଶୀର୍ଷରେ ରହିଥିଲା। ତେଲେଙ୍ଗାନା ଦ୍ଵିତୀୟ ଓ ହରିୟାଣା ତୃତୀୟରେ ରହିଥିଲେ।

   Related Posts