ରାଜଧାନୀରେ ପୁଣି ଭୁକମ୍ପ ଝଟ୍‌କା, ୨୪ଘଣ୍ଟାରେ ଦୁଇ ଥର ଥରିଲା ଦିଲ୍ଲୀ-ଏନ୍‌ସିଆର୍‌

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ ୧୩।୦୪: ନୂଆଦିଲ୍ଲୀରେ ପୁଣି ଭୁକମ୍ପ ଝଟ୍‌କା ଅନୁଭୁତ ହୋଇଛି । କିଛି ସେକେଣ୍ଡ ପାଇଁ ମୃଦୃ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡିଛି । ନୂଆଦିଲ୍ଲୀର କିଛି ଅଞ୍ଚଳରେ ୩ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୨.୭ ଥିବା ଜଣାପଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

wp:core-embed/twitter {"url":"https://twitter.com/PTI_News/status/1249624747714863104","type":"rich","providerNameSlug":"twitter","className":""}
https://twitter.com/PTI_News/status/1249624747714863104
/wp:core-embed/twitter

ସୋମବାର ଦିନ ନୂଆଦିଲ୍ଲୀରେ ୨.୭ରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଛି । ତେବେ ଭୂକମ୍ପ ଝଟ୍‌କା ଅନୁଭୂତ ହେବା ମାତ୍ରେ ଲୋକମାନେ ଘର ବାହାରକୁ ବାହାରି ଆସିଥିଲେ । ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେହିପରି ରବିବାର ଦିନ ମଧ୍ୟ ଦିଲ୍ଲୀର ଦିଲ୍ଲୀ-ଏନସିଆର ସମେତ ନୋଏଡା, ଗାଜିଆବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହା ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୩.୭ ଥିବା ଜଣାପଡିଥିଲା । ଗତକାଲିର ଭୂକମ୍ପରେ ମଧ୍ୟ କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ । କିନ୍ତୁ ଲୋକମାନେ ଲକ୍‌ଡାଉନ୍‌ ପାଇଁ ଘରେ ରହିଥିବା ବେଳେ ଭୂକମ୍ପ ଝଟ୍‌କାରେ ଘରୁ ବାହାରକୁ ଆସିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.