୩.୧ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

Published By : Prameya-News7 Bureau | April 06, 2020 IST

ଧର୍ମଶାଳା୦୬।୦୪ : ହିମାଚଳପ୍ରଦେଶର ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି । କିଛି ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ହିମାଚଳ ପ୍ରଦେଶର ଚାମ୍ବା ଅଞ୍ଚଳରେ ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡିଛି । ତେବେ ଭୁକମ୍ପ ସମୟରେ ଲୋକମାନେ ବାହାରକୁ ଆସିଥିବାର ସୂଚନା ମିଳିଛି ।

ସୋମବାର ଦିନ ସକାଳ ସମୟରେ ହିମାଚଳପ୍ରଦେଶର ଚାମ୍ବା ଅଞ୍ଚଳରେ ଭୁକମ୍ପ ଝଟକା ଅନୁଭୁତ ହୋଇଛି । ଚାମ୍ବା ଅଞ୍ଚଳରେ ବିଭିନ୍ନ ସ୍ଥାନାରେ ଏହି ଝଟକା ଅନୁଭୁତ ହୋଇଥିବା ଜଣାପଡିଛି । ତେବେ ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ସେହିପରି ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୩.୧ ଥିବା ଜଣାପଡିଛି । ଭୂମିକମ୍ପ ହେବା ମାତ୍ର ଲୋକମାନେ ଭୟଭୀତ ହୋଇ ନିଜ ଘରୁ ବାହାରୁ ଆସିଥିଲେ । ଏବଂ କୌଣସି ଅଘଟଣର ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.