ଝାରଖଣ୍ଡର ଅନେକ ଅଂଚଳରେ ଭୂମିକମ୍ପ : ତୀବ୍ରତା ୪.୭ ରେକର୍ଡ
26/05/2019 at 3:23 PM

ରାଞ୍ଚି ୨୬/୫ : ଧନବଡ଼ ସମେତ ଝାରଖଣ୍ଡର ଅନେକ ଅଂଚଳରେ ଆଜି ସକାଳ ପାଖାପାଖି ୧୦.୪୦ରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପ ହେବା ଜାଣି ଲୋକେ ନିଜ ନିଜ ଘରୁ ବାହାରକୁ ବାହାରି ଯାଇଥିଲେ । ରେକ୍ଟର ସେଲରେ ଭୂକମ୍ପର ତୀବ୍ରତା ୪.୭ ବୋଲି ଦର୍ଶାଯାଇଛି । ଝାରଖଣ୍ଡର ଦେବଘର, ଦୁମକା, ଜାମତାଡା, ପାକୁଡ, ଗୋଡ୍ଡା ଆଦି ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ପାଖାପାଖି ୪ ସେକେଣ୍ଡ ଯାଏଁ ଭୂମିକମ୍ପ ହୋଇଥିଲା । ଭୂମିକମ୍ପରେ କାହାର କୌଣସି ବିଶେଷ କ୍ଷତି ହୋଇନଥିବା ଜଣାପଡିଛି । ବାସୁକିନାଥ ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ସାମାନ୍ୟ ଫାଟି ଯାଇଛି ।