Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୂଆଦିଲ୍ଲୀରେ ବର୍ଷା ଓ ପବନ ପରେ ଭୂକମ୍ପ ଝଟ୍‌କା

10/05/2020 at 1:47 PM

ନୂଆଦିଲ୍ଲୀ ୧୦।୦୫ : ନୂଆଦିଲ୍ଲୀରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳୀ ଜଣାପଡିନାହିଁ । ଭୂକମ୍ପ ଝଟ୍‌କା ଅନୁଭୂତ ହେବା କ୍ଷଣି ଲୋକମାନେ ଘରୁ ବାହାରକୁ ଆସିବାର ଦେଖିବାକୁ ମିଳିଥିଲା । କିଛି ସେକେଣ୍ଡ ଧରି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।

ରବିବାର ଅପରାହ୍ନରେ ଦେଶର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ବୋଲି ଜଣାପଡିଛି | ଦିଲ୍ଲୀରେ ଆଜି ଦିନ ପ୍ରାୟ ୧.୪୫ ସମୟରେ ଏହି ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର କିଛି ସମୟ ପୂର୍ବରୁ ଦିଲ୍ଲୀରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା । ଏବଂ ଏହାପରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି।

   Related Posts