ଗୁଜରାଟ୍ ରାଜକୋଟ୍ ଓ ଆସାମ କରିମଗଞ୍ଜରେ ଭୂକମ୍ପ ଝଟ୍କା
16/07/2020 at 11:06 AM

ଅହମଦାବାଦ ୧୬/୦୭ : ଗୁଜରାଟ ରାଜକୋଟ ଏବଂ ଆସାମ କରିମଗଞ୍ଜରେ ଗୁରୁବାର ଦିନ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି | ରାଜକୋଟରେ ୪.୫ ତୀବ୍ରତାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବାବେଳେ କରିମଗଞ୍ଜରେ ଭୂକମ୍ପର ତୀବ୍ରତା ୪.୧ ଥିଲା | ଭୂକମ୍ପରେ କେହି ଆହତ ହୋଇନଥିବା ଜଣାପଡିଛି |
ଅପରପକ୍ଷରେ ହିମାଚଳ ପ୍ରଦେଶରେ ପୁଣିଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି | ଉନା ଜିଲ୍ଲାରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି | ଗୁରୁବାର ସକାଳୁ ଏଠାରେ ଭୂକମ୍ପ ହୋଇଛି | ରକ୍ତର ସ୍କେଲରେ ଭୂକମ୍ପର ତୀବ୍ରତା ୨.୩ ରହିଥିଲା | ଭୋର ୪ଟା ୪୭ ମିନିଟରେ ଏଠାରେ ଭୂକମ୍ପ ହୋଇଥିଲା |
ଗୁଜରାଟରେ ଭୂକମ୍ପ କେନ୍ଦ୍ର ରାଜକୋଟରେ ପୃଷ୍ଠରୁ ୧୦ କିମି ଗଭୀରରେ ଥିଲା | ସକାଳ ୭ଟା ୪୦ ମିନିଟରେ ଏଠାରେ ଭୂକମ୍ପ ହୋଇଥିଲା | ଆସାମରେ ଭୂକମ୍ପ କେନ୍ଦ୍ର କରିମଗଞ୍ଜ ଜିଲ୍ଲାରେ ପୃଷ୍ଠରୁ ୧୮ କିମି ଗଭୀରରେ ହୋଇଥିଲା | ସେଠାରେ ସକାଳ ୭ଟା ୫୭ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା |