Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୂମିକମ୍ପ ଦେଲା ଝଟକା, ଭୟରେ ବାହାରେ ରହୁଛନ୍ତି ଲୋକେ…

9/09/2019 at 1:52 PM

ନୂଆଦିଲ୍ଲୀ୯|୯: ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶ ନକଟବର୍ତ୍ତୀ ସୀମାରେ ଭୂମିକମ୍ପ ଅନୁଭୂତ ହୋଇଛି।ରିକ୍ଟର ସ୍କେଲରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଆଜି ଦିନ ୧୨.୧୦ ମିନିଟରେ ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶ ସୀମାରେ ଭୂମିକମ୍ପ ହୋଇଛି।

ହିମାଚଳ ପ୍ରଦେଶର ଚମ୍ବା ଅଞ୍ଚଳରେ ଭୂମିକମ୍ପର ହୋଇଥିଲା। ଭୂମିକମ୍ପ ଭୟରେ ଲୋକମାନଙ୍କ ମନରେ ଭୟ ଖେଳି ଯାଇଛି।ଏହି ସମାନ ଅଞ୍ଚଳରେ ରବିବାର ଓ ସୋମବାର ଦୁଇ ଦିନ ଲଗାତାର ଭାବେ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି।ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶର ଚମ୍ବା ଅଞ୍ଚଳଠାରୁ ୫ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ତିବ୍ରତା ୫.୦ ଥିଲା

ତେବେ ଏଥିରେ କୌଣସି ଧନଜୀବନ କ୍ଷତି ହୋଇନାହିଁ।ଭୂମିକମ୍ପ ଭୟରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି।ସ୍ଥାନୀୟ ଲୋକେ ଘରେ ନରହି ବାହାରେ ରହୁଥିବାର ସୂଚନା ମିଳିଛି।

   Related Posts