ବିହାର, ଆସାମ, ପଶ୍ଚିମବଙ୍ଗରେ ଭୂକମ୍ପ ଝଟ୍‌କା : ରିକ୍ଟର ସ୍କେଲରେ ତୀବ୍ରତା ୫.୪, ମୃତାହତ ଏବଂ କ୍ଷୟକ୍ଷତି ସୂଚନା ନାହିଁ

Published By : Prameya-News7 Bureau | April 05, 2021 IST

ପାଟନା ୦୫/୦୪ : ବିହାର, ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଦେଶର ବିଭିନ୍ନ ରାଜ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ବିହାରର ପାଟନା, କିସନଗଞ୍ଜ, ସପୌଲ ଏବଂ କଟିହାରରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ସିକ୍କିମ-ଭୂଟାନ ସୀମା ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତାହତଙ୍କର କୌଣସି ସୂଚନା ମିଳିନାହିଁ ।

ଭୂମିକମ୍ପର ତୀବ୍ରତା ଅନୁଯାୟୀ କେତେ କ୍ଷିତଗ୍ରସ୍ତ ହୋଇଛି ତାହା ଜଣାପଡିନଥିଲା ବେଳେ ମୃତାହତଙ୍କ ସୂଚନା ମଧ୍ୟ ମିଳିପାରିନାହିଁ । ଏହା ପୂର୍ବରୁ ଫେବୃଆରୀ ୧୫ ତାରିଖରେ ବିହାରର ପାଟନାରେ ୩.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.