୫.୩ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୦୫: ନେପାଳରେ ଭୂକମ୍ପ ଝଟ୍‌କା । ମଙ୍ଗଳବାର ବିଳମ୍ବିତ ରାତିରେ ୫.୩ ତିବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ନେପାଳର ଡୋଲାଖା ଜିଲ୍ଲାରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଯାହାଫଳରେ ଲୋକମାନେ ଘରୁ ବାହାରକୁ ବାହାରିଯାଇଥିବାରେ ଦେଖିବାକୁ ମିଳିଥିଲା ।

wp:html /wp:html

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତି ମାନେ ୧୧.୫୩ ମିନିଟରେ ନେପାଳର ଡୋଲାଖା ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ବିଳମ୍ବିତ ରାତିରେ ଭୂକମ୍ପ ଝଟ୍‌କା ଅନୁଭୂତ ହେବା କ୍ଷଣି କିଛି ଲୋକ ଘରୁ ବାହାରକୁ ବାହାରଥିବାର ସୂଚନା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ତେବେ ଭୂକମ୍ପର କେନ୍ଦ୍ରସ୍ଥଳୀ ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.