ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି, ଇଜମିର ସହର ଭିତରକୁ ପଶି ଆସିଲା ପାଣି

Published By : Prameya-News7 Bureau | October 30, 2020 IST

ନୂଆଦିଲ୍ଲୀ ୩୦।୧୦: ପଶ୍ଚିମ ତୁର୍କୀରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିବା କୁହାଯାଇଛି। ଏହି ଭୂକମ୍ପରେ ଅନେକ କୋଠା ଭୂଶୁଡି ମାଟିରେ ମିଶି ଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଗ୍ରୀକ ଦ୍ଵୀପର ଉତ୍ତର ପୂର୍ବରେ ୧୩ କିଲୋମିଟର ଦୂରରେ ୧୬.୫ କିଲୋମିଟର ଗଭୀରତାରେ  ଗ୍ରୀସ ଓ ତୁର୍କୀ କୂଳରୁ ଇଜିଅନ ସାଗରରେ ରହିଛି। ଭୂକମ୍ପ ପରେ ତୁର୍କୀର ଇଜମିରରେ ସୁନାମି ଆସିଛି।

ପଶ୍ଚିମି ତୁର୍କୀର ଇଜମିର ସହରରେ ଆସିଥିବା ଭୂକମ୍ପକୁ ନେଇ ବିଭିନ୍ନ ପ୍ରକାରର ତଥ୍ୟ ଆସିଛି। ନ୍ୟୁଜ୍ ଏଜେନ୍ସି ସିଏନଏନ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ଥିବା କହୁଥିବା ବେଳେ ତୁର୍କୀସ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ବିଭାଗ ତୀବ୍ରତା ୬.୬ ଥିବା କହୁଛି।

wp:html /wp:html

ଭୂକମ୍ପ ଯୋଗୁଁ ଇଜମିର ସହରରେ ଛଅଟି କୋଠା ଭୁଶୁଡି ପଡିଥିବା ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି। ଇଜମିର ତୁର୍କୀ ଦେଶର ତୃତୀୟ ବଡ ସହର। ତୁର୍କୀ ଅଧିକାରୀ କହିଛନ୍ତି ଭୂକମ୍ପ ଦେଶର ଏଜିନ ଓ ମରମରା ପ୍ରାନ୍ତରେ ମଧ୍ୟ ଅନୁଭୂତ ହୋଇଛି। ଇସ୍ତାନବୁଲର ଗଭର୍ଣ୍ଣର ବର୍ତ୍ତମାନ କୌଣସି ପ୍ରକାରର କ୍ଷୟକ୍ଷତି ବିଷୟରେ ସୂଚନା ଦେବାକୁ ମନା କରି ଦେଇଛନ୍ତି।

wp:html /wp:html

ଏହି ବଡ ଧରଣର ଭୂକମ୍ପ ପରେ ସମୋସରେ ଏକ ମିନି ସୁନାମୀ ଆସିଛି। ଏଥିରେ ଅନେକ କୋଠା କ୍ଷତି ଘଟିଛି। ଏପର୍ଯ୍ୟନ୍ତ ମୃତାହତର କୌଣସି ଖବର ମିଳିନାହିଁ। ଇଜମିର ସହର ଭିତରକୁ ପାଣି ପଶି ଆସିଛି। ଏଥିରେ ଘରର ଆସବାବ ପତ୍ର ଭାସି ଯାଇଥିବା ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଭୂକମ୍ପର ଝଟକା ଏତେ ଜୋରଦାର ଥିଲା ଯେ ଗ୍ରୀସର ରାଜଧାନୀ ଏଥେନ୍ସ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.