୬.୦ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ
12/09/2020 at 10:19 AM

ନୂଆଦିଲ୍ଲୀ ୧୨।୦୯: ଭୂକମ୍ପରେ ଥରିଲା ଜାପାନ । ଶନିବାର ଦିନ ଜାପାନର ରାଜଧାନୀ ଟୋକିଅରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପରେ ତୀବ୍ରତା ୬.୦ ଥିବା ଜଣାପିଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
An earthquake of magnitude 6.0 occurred at 08:14 am today, 407 km North North-East (NNE) of Tokyo, Japan: National Centre for Seismology (NCS) pic.twitter.com/z2jDidqH7j
— ANI (@ANI) September 12, 2020
ଖବର ଅନୁଯାୟୀ, ଶନିବାର ଦିନ ସକାଳ ପ୍ରାୟ ୮.୧୪ ମିନିଟରେ ଜାପାନ ରାଜଧାନୀ ଟୋକିଅରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଟୋକିଅ ଠାରୁ ୪୦୭ କିମି ଦୂରରେ ଉତ୍ତର-ପୂର୍ବ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପର ଝଟ୍କା ଅନୁଭୂତ ହେବା ମାତ୍ରେ ସ୍ଥାନୀୟ ଲୋକେ ଘର ବାହାରକୁ ବାହାରିଆସିଥିବା ବେଳେ କିଛି ଲୋକ ଘରେ ରହିଯାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏହାପୂର୍ବରୁ ମଧ୍ୟ ଜାପାନରେ ଅନେକ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୂଭୂତ ହୋଇସାରିଛି ।