୫.୧ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

Published By : Prameya-News7 Bureau | October 06, 2020 IST

ନୂଆଦିଲ୍ଲୀ ୦୬।୧୦: ଭୂକମ୍ପରେ ଥରିଲା ପୂର୍ବ ଲେହ ଅଞ୍ଚଳ । ମଙ୍ଗଳବାର ଦିନ ସକାଳ ୫.୧୩ ସମୟରେ ଲେହରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପରେ ତୀବ୍ରତା ୫.୧ ଥିବା ଜଣାପିଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

wp:html /wp:html

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ପ୍ରାୟ ୫.୧୩ ମିନିଟରେ ଲେହରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳୀ ଲେହ ଠାରୁ ୧୭୪ କିମି ଦୂରରେ ଥିବା ଜଣାପଡିଛି । ଭୂକମ୍ପର ଝଟ୍‌କା ଅନୁଭୂତ ହେବା ମାତ୍ରେ ସ୍ଥାନୀୟ ଲୋକେ ଘର ବାହାରକୁ ବାହାରିଆସିଥିବା ବେଳେ କିଛି ଲୋକ ଘରେ ରହିଯାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏହାପୂର୍ବରୁ ମଧ୍ୟ ଲେହରେ ଅନେକ ଥର ଭୂକମ୍ପ ଝଟ୍‌କା ଅନୂଭୂତ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.