ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩।୦୬: ଥରିଲା ପାକିସ୍ତାନ। ପାକିସ୍ତାନରେ ଜୋରଦାର ଭୁକମ୍ପ ଝଟ୍‌କା । ପାକିସ୍ତାନ ରାଜଧାନୀ ଇସଲାମାବାଦରେ ବୁଧବାର ସକାଳ ପ୍ରାୟ ୬ଟା ୩୯ ମିନିଟରେ ଭୁକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୬.୩୯ ମିନିଟରେ ଇସଲାମାବାଦରେ ୪.୫ ତିବ୍ରତାର ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଛି । ଯାହାପରେ ଲୋକେମାନେ ଘରୁ ବାହାରକୁ ଆସିଯାଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ସେହିପରି ଭୂକମ୍ପର କେନ୍ଦ୍ରସ୍ଥଳୀ ଇସଲାମାବାଦ ଠାରୁ ବହୁ ଦୂରରେ ଥିବା ମଧ୍ୟ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.