ଭୂକମ୍ପରେ ଦୋହଲିଲା ଲଦାଖ ଓ ମିଆଁମାର ମାଟି, ବିଳମ୍ୱିତ ରାତିରେ ଭୟରେ ଥରିଲେ ଲୋକେ

Published By : Prameya-News7 Bureau | October 08, 2021 IST

ନୂଆଦିଲ୍ଲୀ ୮/୧୦: ଲେହ ଲଦାଖ ଓ ମିଆଁମାରରେ ଏକା ସାଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂମିକମ୍ପ କେନ୍ଦ୍ର ଅନୁସାରେ ଲେହ ଲଦାଖରେ ବିଳମ୍ୱିତ ରାତିରେ ୩.୮ ତୀବ୍ରତାରେ କମ୍ପନ ଅନୁଭୂତ ହୋଇଥିଲା । ସେହିଭଳି ମିଆଁମାର ମୋନିବା ନିକଟରେ ୫.୫ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଦୁଇଟି ସ୍ଥାନରେ ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି ।

wp:html /wp:html wp:html /wp:html

ଏହା ପୂର୍ବରୁ କିଛିଦିନ ତଳେ କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ବାଗେବାଡ଼ି ପାଖରେ ମଙ୍ଗଳବାର ଦିନ ଭୂମିକମ୍ପର ଝଟକା ଦେଖାଯାଇଥିଲା ଏହାର ତିବ୍ରତା ରିକ୍ଟର ସ୍କେଲରେ ୨.୯ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା । ହେଲେ ବିଳ୍ମୱିତ ରାତିରେ କମ୍ପନ ହୋଇଥିବାରୁ ଲୋକେ ବାହାରକୁ ଉଠି ପଳାଇ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.