ହରିଦ୍ୱାରରେ ଭୂକମ୍ପ ଝଟ୍‌କା ଅନୁଭୂତ: ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ

Published By : Prameya-News7 Bureau | December 01, 2020 IST

ହରିଦ୍ୱାର ୦୧/୧୨ : ଉତ୍ତରାଖଣ୍ଡ ହରିଦ୍ୱାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକେ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। କିଛି ସମୟ ଯାଏଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା। ଯାହାଫଳରେ ବହୁ ସମୟ ଯାଏଁ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ ହୋଇଛି।

ଉତ୍ତରାଖଣ୍ଡରେ ଗତ କିଛି ଦିନ ହେଲା ଭୂକମ୍ପ ମାମଲା ବୃଦ୍ଧି ପାଇଛି। ଗତ ନଭେମ୍ବର ୧୦ ତାରିଖ ଏକ ରିପୋର୍ଟ ଆସିଥିଲା। ରିପୋର୍ଟରେ କୁହାଯାଇଥିଲା ଯେ ଉତ୍ତରାଖଣ୍ଡରେ ବଡ ଭୂକମ୍ପ ବିପଦ ରହିଛି। ଏହି ବିପଦକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ଚେତାବନୀ ଜାରି କରିଥିଲେ। ୱାଡିୟା ଇନଷ୍ଟିଚ୍ୟୁଟ ଅଫ ହିମାଲୟନ ଜିୟୋଲୋଜିର ବୈଜ୍ଞାନିକଙ୍କ ଅନୁସାରେ ଉତ୍ତରାଖଣ୍ଡ ଧାରଚୁଲାକୁ ଚୀନ ସୀମା ସ୍ଥିତ ଲିପୁଲେଖ ସହ ସଂଯୋଜିତ କରୁଥିବା ନୂଆ କୈଳାସ ମାନସରୋବର ସଡକରୁ ପାଖାପାଖି ୪୫ କିଲୋମିଟର ଦୂର ପୃଥିବୀପୃଥର ନିମ୍ନ ଭାଗରେ ବଡ ଗତିବିଧି ହେଉଛି। ବୈଜ୍ଞାନିକ ଧାରଚୁଲା ଅଞ୍ଚଳର କୁମାଉଁର ଆଖପାଖ ଅଞ୍ଚଳରେ ସୁକ୍ଷ୍ମ ଓ ମାଧ୍ୟମ ଧରଣର ତୀବ୍ରତାର ବଡ ମାତ୍ରାର ଭୂକମ୍ପ ନେଇ ଖୁଲାସା କରିଥିଲେ। ଏହାସହ ଏହି ଅଞ୍ଚଳରେ ଭୂଗର୍ଭ ଉତ୍ତେଜନାକୁ ନେଇ ଖୋଜ କରିଥିଲେ।

ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକ କହିଛନ୍ତି ଯେ ଏହି ଅଞ୍ଚଳରେ ଭୂଗର୍ଭରେ ଉତ୍ତେଜନା କାରଣରୁ ଭୂକମ୍ପ ଗତିବିଧି ରେକର୍ଡ କରାଯାଇଛି। ଆଗାମୀ ଭବିଷ୍ୟତରେ ଏଠାରେ ଆହୁରି ଅଧିକ ତୀବ୍ରତାର ଭୂମିକମ୍ପ ହେବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ଆଶଙ୍କା ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.