Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ଭୂକମ୍ପରେ ଥରିଲା ଉତ୍ତର-ପୂର୍ବାଞ୍ଚଳ, ମିଜୋରାମରେ ୫.୧ ତୀବ୍ରତାର ଝଟକା ଅନୁଭୂତ

21/06/2020 at 5:36 PM

ନୂଆଦିଲ୍ଲୀ ୨୧।୦୬: ରାଜଧାନୀ ଦିଲ୍ଲୀ, ଗୁଜରାଟ ପରେ ମିଜୋରାମରେ ରବିବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିବା ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ଭୂକମ୍ପ ସନ୍ଧ୍ୟା ୪ଟା ୧୬ରେ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ର ସ୍ଥଳ ମିଜୋରାମର ରାଜଧାନୀ ଆଇଜଲରୁ ୧୫ କିଲୋମିଟର ଉତ୍ତର-ପୂର୍ବରେ ରହିଛି।

ଭୂକମ୍ପ ଝଟକା ଅନୁଭୂତ ହେବା ମାତ୍ରେ ଲୋକେ ନିଜ ନିଜର ଘରୁ ଜୀବନ ବିକଳରେ ବାହାରକୁ ଚାଲି ଆସିଥିଲେ। କରୋନା ସମୟରେ ଭୂକମ୍ପ ଝଟକା ଲୋକଙ୍କୁ ଆହୁରି ଭୟଭୀତ କରିଛି। କିନ୍ତୁ ଭୂକମ୍ପରେ ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ଆସିନାହିଁ।

ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରରେ କ୍ରମାଗତ ଦୁଇ ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଠାରେ ଅନୁଭୂତ ଭୂକମ୍ପର ତୀବ୍ରତା ୫.୮ ଥିଲା। ଭୂକମ୍ପର କେନ୍ଦ୍ର ତାଜାକିସ୍ତାନର ଦସହାମ୍ବେରୁ ୩୪୧ କିଲୋମିଟର ଦୂରରେ ଥିଲା। ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀ-ଏନସିଆର, ଗୁଜରାଟ ସମେତ ଦେଶର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇ ସାରିଛି।

ଜୁନ ୧୫ରେ ଗୁଜରାଟରେ କ୍ରମାଗତ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଜୁନ ୧୪ରେ କଚ୍ଛରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ପରେ ଜୁନ ୧୫ରେ ରାଜ୍ୟର କିଛି ଇଲାକାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରହିଥିଲା। ଭୂକମ୍ପର କେନ୍ଦ୍ର ସ୍ଥଳ କଚ୍ଛରୁ ୧୫ କିଲୋମିଟର ଦୂରରେ ଥିଲା।

୬୦ ଦିନରେ ୧୩ ଥର ହଲିଲା ରାଜଧାନୀ

ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରେ ଗତ ଦୁଇ ମାସରେ ୧୩ ଥର ଭୂକମ୍ପ ଝଟକା ଅନୁଭୂତ  ହୋଇ ସାରିଛି। ଦିଲ୍ଲୀ-ଏନସିଆରରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

   Related Posts