୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ

Published By : Prameya-News7 Bureau | March 11, 2019 IST

ନୂଆଦିଲ୍ଲୀ ୧୧|୩ : ଆଣ୍ଡାମାନ ଦ୍ବୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର୍‌ ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ଥିଲା ୪.୮। ଆଜି ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂଗର୍ଭର ୯୫ କିଲୋମିଟର ଗଭୀରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ପୂର୍ବରୁ ଫେବ୍ରୁଆରି ୨୮ ତାରିଖ ସକାଳ ୫ଟା ୩୦ ମିନିଟ୍‌ରେ ନିକୋବର ଆଇଲାଣ୍ଡ୍‌ରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର୍‌ ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ଥିଲା ୪.୮।

ଫେବ୍ରୁଆରି ୧୩ ତାରିଖ ରାତି ୧ଟା ୫୧ରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ଥିବା ୪.୫।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.