ଜଲପାଇଗୁଡୀରେ ପୁଣି ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୪.୪
6/04/2021 at 11:51 AM

କୋଲକାତା ୦୬/୦୪ : ପଶ୍ଚିମବଙ୍ଗର ଜଲପାଇଗୁଡୀରେ ମଙ୍ଗଳବାର ସକାଳେ ପୁଣି ଥରେ ଭୂମିକମ୍ପ ଝଟ୍କା ଲାଗିଛି । ସକାଳ ୭ଟା ୭ ମିନିଟ୍ରେ ଭୂମିକମ୍ପ ଝଟ୍କା ଲାଗିଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୪.୪ । ଭୂମିକମ୍ପର ତୀବ୍ରତା ପ୍ରାୟ ୧୦ କିଲୋମିଟର ଯାଏଁ ଅନୁଭୂତ ହୋଇଛି । ଜଲପାଇଗୁଡୀ ବ୍ୟତିତ ଅଲୀପୁରଦ୍ବାର ଏବଂ କୁଚବିହାର ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।
ଗତକାଲି ଅର୍ଥାତ ସୋମବାର ଦେଶର ବିଭିନ୍ନ ରାଜ୍ୟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ଜଲପାଇଗୁଡୀରେ ସୋମବାର ହୋଇଥିବା ଭୂମିକମ୍ପର ତୀବ୍ରତା ଥିଲା ୫.୪ ଏବଂ ମଙ୍ଗଳବାର ସକାଳୁ ହୋଇଥିବା ଭୂମିକମ୍ପର ତୀବ୍ରତା ରହିଛି ୪.୪ । ତେବେ ଗତକାଲି ହୋଇଥିବା ଭୂକମ୍ପରେ ପଶ୍ଚିମବଙ୍ଗ ସମେତ ବିହାର, ଆସାମ, ନେପାଳ ଏବଂ ସିକ୍କିମ୍ରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଜଲପାଇଗୁଡୀରେ ଲଗାତାର ଭାବେ ୨ ଦିନ ଧରି ଭୂକମ୍ପ ଅନୁଭୂତ ହୋଇଥିଲେ ସୁଦ୍ଧା କୌଣସି ଧନ ଜୀବନହାନୀ ଘଟିନାହିଁ ।