Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ

15/04/2021 at 8:07 AM

ରାୟଗଡା ୧୫।୦୪: ମୃଦୁ ଭୂକମ୍ପରେ ଥରିଲା ରାୟଗଡ଼ା । ଭୋର ସମୟ ପ୍ରାୟ ୪ଟାରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବାର ସୂଚନା ମିଳିଛି । ତେବେ ଏବେ ଯାଏଁ ରିକ୍ଟର ସ୍କେଲ୍‌ର ଭୁକମ୍ପ ତ୍ରିବତା କେତେ ଥିଲା , ତାହା ସ୍ପଷ୍ଟ ହୋଇନାହିଁ ।

ଖବର ଅନୁଯାୟୀ, ଗୁରୁବାର ଦିନ ଭୋର ୪ଟା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ନିଜ ଘରୁ ବାହାରକୁ ବାହାରି ଆସିଥିବାର ସୂଚନା ରହିଛି । ଭୂକମ୍ପର ଝଟ୍‌କା ସାମାନ୍ୟ ଅଧିକ ଥିଲେ ବି କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

   Related Posts