ଭୂକମ୍ପରେ ଥରିଲା ଦୁଇ ରାଜ୍ୟର ମାଟି, ରାଜସ୍ଥାନ ବିକାନେରରେ ୫.୩ ତୀବ୍ରତାରେ କମ୍ପନ ଅନୁଭୂତ

Published By : Prameya-News7 Bureau | July 21, 2021 IST

ନୂଆଦିଲ୍ଲୀ ୨୧/୭: ଗତ କିଛି ଘଣ୍ଟା ମଧ୍ୟରେ ଦେଶର ଦୁଇଟି ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ତେବେ, ବିକାନେରରେ ୫.୩ ତୀବ୍ରତାରେ କମ୍ପନ ଅନୁଭୂତ ହୋଇଛି । ଏହା ବ୍ୟତୀତ ମେଘାଳୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ଯେ ରାଜସ୍ଥାନର ବିକାନେରରେ ସକାଳ ୫ଟା ୨୪ରେ କମ୍ପନ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ତୀବ୍ରତା ରେକର୍ଡ କରାଯାଇଛି ।

wp:html /wp:html

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଅଞ୍ଚଳରେ ରାତି ୨.୧୦ରେ ଭୂକମ୍ପ ହୋଇଛି । ଏହାର ତୀବ୍ରତା ୪.୧ ବୋଲି ରେକର୍ଡ କରାଯାଇଛି । ଏହାପୂର୍ବରୁ ଜୁଲାଇ ୧୮ରେ ଗୁଜୁରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୩.୯ ରହିଥିଲା । ଏହା ପୂର୍ବରୁ ହିମାଚଳ ପ୍ରଦେଶ, ଆସାମ, ବଙ୍ଗ, ଦିଲ୍ଲୀରେ ବି ଭୂମିରମ୍ପ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.