ଭୂକମ୍ପରେ ଥରିଲା ଉତ୍ତର ଭାରତ, ଦିଲ୍ଳୀ ଏନସିଆରରେ ଝଟ୍‌କା ଅନୁଭୂତ

Published By : Prameya-News7 Bureau | February 12, 2021 IST

ନୂଆଦିଲ୍ଲୀ ୧୨/୦୨: ଭୂକମ୍ପ ଝଟକାରେ ଥରିଗଲା ଉତ୍ତର ଭାରତ। ଦିଲ୍ଲୀ ଏନସିଆରରେ ଲୋକମାନେ କିଛି ସମୟ ପାଇଁ ଅନୁଭବ କଲେ ଭୂକମ୍ପ ଝଟ୍‌କା। ରାତି ୧୦.୩୪ରେ ଆସିଥିବା​ ଭୂକମ୍ପରେ ଦିଲ୍ଲୀ ଏନସିଆର ଥରିଗଲା। ଭୂମିକମ୍ପର ପ୍ରଭାବ ହରିୟାଣା, ରାଜସ୍ଥାନ, ଜାମ୍ମୁ କାଶ୍ମୀରରେ ପଡ଼ିଛି। ଭୂକମ୍ପର କେନ୍ଦ୍ର ତାଜିକିସ୍ତାନ ଥିବା କୁହାଯାଉଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧  ଥିବା ସୂଚନା ମିଳିଛି।

ରିକ୍ଟର ସ୍କେଲର ତୀବ୍ରତା ୬.୧ ସହ ପଞ୍ଜାବର ଅମୃତସରରେ ରାତି ୧୦.୩୪ରେ ଅନୁଭୂତ ହୋଇଛି ଭୂକମ୍ପ। ଭୂକମ୍ପର ପ୍ରଭାବ ଉତ୍ତରାଖଣ୍ଡ ଏ୨ବଂ ନୋଏଡାରେ ବି ପଡ଼ିଛି। ଜାମ୍ମୁର କିଛି ଅଞ୍ଚଳରେ ଭୂକମ୍ପ ଥରାଇଥିବା ଜଣାପଡ଼ିଛି। ତେବେ ତାଜିକିସ୍ତାନରେ ଭୂକମ୍ପର ୧୦.୩୧ରେ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ଥିଲା।

ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଦିଲ୍ଳୀ-ଏନସିଆରରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ। କିଛି ଲୋକ ଖାଇବାକୁ ବସିଥିବା ବେଳେ କିଛି ଶୋଇବାକୁ ପ୍ରସ୍ତୁତ ହେଉଥିଲେ। ସଡ଼କ ଉପରେ ଗାଡ଼ି ନେଇ ଯାଉଥିବା ଲୋକେ କିଛି କ୍ଷଣ ଅଟକିଯାଇଥିଲେ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.