ମିଜୋରାମରେ ୪.୬ ତୀବ୍ରତାରେ ଭୂକମ୍ପ ଅନୁଭୂତ : ଗୋଟିଏ ମାସରେ ୮ ଥର

Published By : Prameya-News7 Bureau | July 09, 2020 IST

ଆଇଜୋଲ ୦୯/୦୭ : ମିଜୋରାମ ଚମ୍ପାଇ ଜିଲ୍ଲାରେ ଗୁରୁବାର ଦିନ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି | ରକ୍ତର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ଥିଲା | ଗତ ୪ ସପ୍ତାହ ମଧ୍ୟରେ ରାଜ୍ୟରେ ୮ଥର ଭୂକମ୍ପ ହୋଇଛି | ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ଅନୁସାରେ ଭୂକମ୍ପ ପ୍ରାୟ ସାଢେ ୨ଟା ସମୟରେ ହୋଇଥିଲା | ଚମ୍ପାଇର ୨୩ କିମି ଦକ୍ଷିଣ-ପଶ୍ଚିମରେ ଭୂକମ୍ପ ହୋଇଥିଲା | ଏହା ପୂର୍ବରୁ ରବିବାର ଦିନ ୪.୬ ତୀବ୍ରତାରେ ଭୂକମ୍ପ ହୋଇଥିଲା | ଭାରତ-ମିଆଁମାର ସୀମା ସ୍ଥିତ ଚମ୍ପାଇ ଜିଲ୍ଲାରେ ଜୁନ ୧୮ ତାରିଖ ପରଠାର ଏବେ ସୁଦ୍ଧା ୮ଥର ଭୂକମ୍ପ ଅନୁଭୂତ ହୋଇଛି |

ଗତ ଶୁକ୍ରବାର ଦିନ ୪.୬ ତୀବ୍ରତାରେ ଭୂକମ୍ପ ହୋଇଥିଲା | ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୂକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ଚମ୍ପାଇରେ ୧୩୮ କୋଠା ପ୍ରଭାବିତ ହୋଇଛି | ଏଥିରେ ଚର୍ଚ୍ଚ ମଧ୍ୟ ସାମିଲ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.