ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧
16/01/2021 at 10:55 PM

ଶ୍ରୀନଗର ୧୬/୦୧: ପୁଣି ଭୂମିକମ୍ପରେ ଥରିଲା ଜାମ୍ମୁକାଶ୍ମୀର। ଦୋଡା ଜିଲ୍ଲାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୧ ଥିବା ଜଣାପଡ଼ିଛି। ଶନିବାର ରାତି ୧୦.୧ରେ ଭୂମିକମ୍ପ ଅନୂଭୂତ ହୋଇଥିବା ନ୍ୟାସନାଲ୍ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି।
ଆଜି ରାତି ୧୦ ଟାରେ ଭୂକମ୍ପ ଆସିଥିବା ବେଳେ ଏହାର ପ୍ରଭାବ ୯୩ କିମି ଅଞ୍ଚଳରେ ପଡ଼ିଛି। ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ।
ଭୂକମ୍ପର ଝଟ୍କା ସାମାନ୍ୟ ଅଧିକ ଥିଲେ ବି କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ତେବେ ଘଟଣାସ୍ଥଳରେ ଏବେ ବି ଲୋକମାନେ ଭୟରେ ଅଛନ୍ତି। ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣା ସମ୍ପର୍କରେ ତତ୍ପରତା ପ୍ରକାଶ କରିଥିବା ସୂଚନା ମିଳିଛି। ପୂର୍ବରୁ ଜାନୁଆରୀ ୧୧ରେ କିଶ୍ବର ଜିଲ୍ଲାରେ ଭୂମିକମ୍ପ ହୋଇଥିଲା। ଯାହାର ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୧ ଥିଲା।