ପୁଣି ଭୂକମ୍ପରେ ଥରିଲା ହିମାଚଳପ୍ରଦେଶ, ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୨
9/01/2021 at 10:22 PM

ଶିମଲା ୦୯/୦୧: ହିମାଚଳକୁ ପୁଣି ଥରାଇଲା ଭୂକମ୍ପ। ଶନିବାର ହିମାଚଳପ୍ରଦେଶରେ ପୁଣି ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୨ ଥିଲା।ଭୂକମ୍ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।
ନ୍ୟାସନାଲ ସେଣ୍ଟର ଅଫ୍ ସିସ୍ମୋଲୋଜି ଅନୁସାରେ ଭୂକମ୍ପର କେନ୍ଦ୍ର କାଂଗଡ଼ାର କରେରୀ ହ୍ରଦ ଥିଲା। ଆଜି ରାତି ୮.୨୨ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ଯଦିଓ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ କିନ୍ତୁ ତୀବ୍ରତା ଏତେ ଅଧିକ ଥିଲା ଯେ ଲୋକେ ଭୟରେ ଘରୁ ପଦାକୁ ବାହାରି ଆସିଥିଲେ।
ଧର୍ମଶାଳା ଓ କାଂଗଡ଼ା ସହିତ ମନାଲୀରେ ବି ଭୂକମ୍ପ ଝଟ୍କା ଅନୂଭୂତ ହୋଇଛି। ଏହି ସମୟରେ ବହୁ ସଂଖ୍ୟକ ଲୋକ ଓ ପର୍ଯ୍ୟଟକ ଘର ଏବଂ ହୋଟେଲରୁ ବାହାରକୁ ଚାଲିଆସିଥିଲେ। ତେବେ ନୂଆବର୍ଷରେ ଏହା ତୃତୀୟ ଭୂମିକମ୍ପ।