Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରଙ୍ଗ : ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ : ଅନଲାଇନ୍‌ରେ ନନ୍ଦନକାନନରେ ହେଉଛି ପାଳିତ
  • ||
  • କେନ୍ଦ୍ରାପଡା : ମହାକାଳପଡା ଅଞ୍ଚଳରେ ଦେଖାଗଲା ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ
  • ||
  • କଳାହାଣ୍ଡି : ନାବାଳକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ବଡ ଭାଇକୁ ତୀର ମାଡ
  • ||
  • ତେଲକୋଇ : ଫ୍ରି ଫାୟାର ଗେମ୍ ନେଲା ଜୀବନ, ଗୁରୁତର ଥିବା ଛାତ୍ରଙ୍କ ମୃତ୍ୟୁ
  • ||
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • କାମାକ୍ଷାନଗର : ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, ପ୍ରାଣ ହରାଇଲେ ୨ ମାସର ଶିଶୁ କନ୍ୟା
  • ||
  • ସମ୍ବଲପୁର :ବନ୍ଦ ହେଲା ହୀରକୁଦ ଜଳଭଣ୍ଡାରର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||

ଭୂକମ୍ପରେ ଥରିଲା ଗଜପତି ଓ ଗଞ୍ଜାମ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮

8/08/2020 at 8:40 AM

ମୋହନା/ଗଞ୍ଜାମ ୦୮।୦୮: ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପ୍ରାୟ ୭ ସେକେଣ୍ଡ ଧରି କିଛି ଅଞ୍ଚଳ ଥରିଉଠିଥିଲା । ଯାହାଫଳରେ କିଛି ଲୋକ ଘରୁ ବାହାରକୁ ଆସିଥିବାର ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୭.୧୫ରେ ମୋହନାର କିଛି ଅଞ୍ଚଳ ଭୂକମ୍ପରେ ଥରିଉଠିଥିଲା । ପ୍ରାୟ ୭ ସେକେଣ୍ଡ ଧରି ଥରିବା ଯୋଗୁଁ ଲୋକେ ଭୟରେ ଘରୁ ବାହାରକୁ ଆସିଯାଇଥିଲେ । ତେବେ ସକାଳ ସମୟ ହୋଇଥିବା ଯୋଗୁଁ ଅନେକ ଲୋକ ଜାଣିପାରିନଥିଲେ । ସେହିଭଳି ଚନ୍ଦ୍ରଗିରି , ମହେନ୍ଦ୍ରଗଡ଼ , ଆର. ଉଦୟଗିରି , ଛେଳିଗଡ , ଅଡବା , ଲୁହଗୁଡି ଅଞ୍ଚଳରେ ଏହାର ପ୍ରଭାଵ ଦେଖିବାକୁ ମିଳିଛି ।

ସେହିପରି ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଚିକିଟି ଅଂଚଳରେ ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ରହିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ଆଜି ସକାଳ ୭.୧୧ମିନିଟ ସମୟରେ ପୋଡାମାରି ଅଞ୍ଚଳରେ ମଧ୍ୟ ଅଳ୍ପ ଧରଣର ଭୂକମ୍ପ ଦେଖାଯାଇଛି । ସେହିଭଳି ଦିଗପହଣ୍ଡି ଭୀଷ୍ମଗିରି ଅଞ୍ଚଳରେ ମଧ୍ୟ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୋଲମ ଜିଲ୍ଲାରେ ମଧ୍ୟ ହୋଇଥିବା ଖବର ମିଳିଛି।

   Related Posts