ତେହେରାନ : ପୂର୍ବ ଇରାନର ଅଜରବୈଜାନ କ୍ଷେତ୍ରରେ ଶୁକ୍ରବାର ଭୂମିକମ୍ପ ଅନୁଭୂତ ହୋଇଛି। କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ମପାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆଞ୍ଚଳିକ ରାଜଧାନୀ ତବରେଜରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଇୟୁରୋପିୟନ ମେଡିଟର୍ଣ୍ଣିୟାନ ସିସ୍ମୋଲୋଜି ସେଣ୍ଟରଙ୍କ ସୂତ୍ରରୁ ଜଣାପଡିଛି।
{"id":181047}ଭୂମିକମ୍ପ ଯୋଗୁ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ନିଜନିଜ ଘରୁ ବାହାରି ଖୋଲାସ୍ଥାନକୁ ଚାଲିଆସିଛନ୍ତି। କମ୍ପନ ଇରାନ ସମେତ ପଡୋଶୀ ତୁର୍କିରେ ମଧ୍ୟ ଅନୁଭୂତ ହୋଇଥିବା ଜଣାପଡିଛି। ବିଭିନ୍ନ ସ୍ଥାନରେ ୩୦୦ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ପ୍ରଭାବିତ ଅଞ୍ଚଳକୁ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଥିବା ପୂର୍ବ ଅଜାରବୈଜାନ ବିପଦ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରମୁଖ ମହମ୍ମଦ ବାକର ହୋନର କହିଛନ୍ତି। ରିଲିଫ ଓ ଉଦ୍ଧାର ପରିଚାଳନା ନିମନ୍ତେ ୮ ଟି ଦଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଥିବା ହୋନର ସୂଚନା ଦେଇଛନ୍ତି।
{"id":181048,"width":575,"height":349}କ୍ଷୟକ୍ଷତିର ଅଚାନକ ଆକଳନ ହୋଇ ନାହିଁ। ତେବେ ମିୟାନେହ ସହରର ୩ଟି ଗାଁର ଘର ଓ ଭବନ ଗୁରୁତର ପ୍ରଭାବିତ ହୋଇଥିବା ସୂଚନା ମିଳିଛି।